ଡ଼ଃ ବସନ୍ତ ସାମଲ ଓ ବୃନ୍ଦାବନ ଓଝା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: କୋଳିଅଠା ଚାମ୍ପିୟନ

ବଡ଼ଚଣା: ଅଦ୍ୟ ତା ୦୧.୦୧.୨୦୨୩ରିଖ ମା ମଲିହାଶୁଣୀ କ୍ରିକେଟ ଆସୋସିଏସନ, ଗରଗଲି ତରଫରୁ ଡ଼ଃ. ବସନ୍ତ ସାମଲ ଓ ବୃନ୍ଦାବନ ଓଝା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ବହୁ ଆଡମ୍ବର ସହକାରେ ସମାପ୍ତ ହୋଇଯାଇଅଛି । ଦୀର୍ଘ ୧୦ ଦିନ ଧରି ଚାଲୁଥିବା ଏହି କ୍ରିକେଟ ମହାସମରରେ ୧୬ଟି ଦଳ ଭାଗ ନେଇଥିଲେ । ସେଥି ମଧ୍ୟରୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ, କୋଳିଅଠା ଓ ସତ୍ୟନାରାୟଣ କ୍ରିକେଟ ଟିମ, ନିଶିମଳା ଚମତ୍କାର ଖେଳ ପଦର୍ଶନ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ନିଶିମାଳ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୫ ଓଭରରେ ୭୬ ରନ ସଂଗ୍ରହ କରି ବିପକ୍ଷ କୋଳିଅଠା ଟିମକୁ ୭୭ ରନର ଲକ୍ଷ୍ୟ ଦେଇଥିଲା । କୋଳିଅଠା ସୀମିତ ୭ ଓଭର ମଧ୍ୟରେ ତାର ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା ଓ ନିଖିଲ ସର୍ବାଧିକ ୪୮ ରନ କରିଥିଲେ । ଉକ୍ତ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ରାଜନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ନିରୁପମା ପରିଡା ଓ ବହୁ ମାନୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରାମାଞ୍ଚଳ କ୍ରିକେଟ ଖେଳର ଆବଶ୍ୟକତା, ବିଭିନ୍ନ ଦିଗରେ ଥିବା ସୁଯୋଗ ବିଷୟରେ ଆଲୋଚନା କରିଥିଲେ ଏବଂ ଦୁଇ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ସଭାରେ ଆସୋସିଏସନ ତରଫରୁ ଶ୍ରୀ ପ୍ରସନ୍ନଜିତ ସାମଲ ସଭାପତିତ୍ୱ କରି ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ଏଭଳି ଏକ ଆୟୋଜନ କରିବାର ଉଦେଶ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ନିର୍ଣ୍ଣାୟକ ରୁପେ ଶ୍ରୀ ସନ୍ତୋଷ ନାୟକ ଓ ସତ୍ୟବ୍ରତ ସାମଲ ଖେଳଟିକୁ ପରିଚାଳନା କରିଥିଲେ । ଆସୋସିଏସନର ସମସ୍ତ ମେମ୍ବର ଉପସ୍ଥିତ ରହି ଖେଳକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ପରିଶେଷରେ ଭବାନୀ ଶଙ୍କର ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.