ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘର ଶିକ୍ଷା ମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର

କାଲିମେଳା ତା ୫/୧: ଆଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଗ୍ରାମ ପଞ୍ଚାୟତ ମୂଖ୍ୟ ସଦର ଗୁରୁବାର ଦିନ ସାପ୍ତାହିକରେ ପାଖାପାଖି ଏକ ଶହ ରୁ ଉର୍ଦ୍ଧ୍ବ ସରକାରଙ୍କ ଦ୍ଵାରା ପ୍ରଚଳିତ ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ପାଚିକା ଓ ସହାୟିତା ମାନେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସର୍ବନିମ୍ନ ମଜୁରୀରୁ ବଞ୍ଚିତ କରାଯାଇଛି ଓ ସେମାନଙ୍କର ସାମାଜିକ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ନାହିଁ। ସେଇଥିପାଇଁ ଆଠ ଗୋଟି ଦାବି ନେଇ ଓଡ଼ିଶାର ମାନ୍ୟବର ଶିକ୍ଷା ମନ୍ତ୍ରୀ ଉଦ୍ଦେଶ୍ୟରେ କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବାରୋଇଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ଗୁଡ଼ିକ ହେଲା (୧)ତା ୦୧-୧୨-୨୦୦୯ ରିଖ ଠାରୁ କେନ୍ଦ୍ର ସରକାର ପାଚିକା ସହାୟିକାଙ୍କ ମାନଙ୍କର ପ୍ରାପ୍ୟ ଏକ ହଜାର ଟଙ୍କା ସ୍ଥିର କରିଥିଲେ ମଧ୍ୟ ତା-୦୧-୧୨-୨୦୦୯ରିଖ ଠାରୁ ତା-୩୧-୦୩-୨୦୧୨ ରିଖ ପଯ୍ୟନ୍ତ ପାଚିକା ସହାୟିକା ମାନଙ୍କୁ ୬୦୦ ଓ ୪୦୦ ଟଙ୍କା ଲେଖାଏଁ ପୈଠ କରାଯାଉଛି ଏଣୁ ସେମାନଙ୍କ ର ୨୮ ମାସର ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ। (୨) ଦଶ ମାସ ବଦଳରେ ବାର ମାସର ପ୍ରାପ୍ୟ ପ୍ରଦାନ କରାଯାଉ । (୩) ବର୍ଷକୁ ଦୁଇ ଯୋଡା ଶାଢ଼ୀ ଓ ବ୍ଲାଉଜ ପ୍ରଦାନ କରାଯାଉ। (୪)୬୦ ବର୍ଷ ପରେ ଛଟେଇ ହେଉଥିବା ପାଚିକା ମାନଙ୍କୁ ଅବସର କାଳୀନ ଅର୍ଥ ପ୍ରଦାନ କରାଯାଉ । (୫) ଯେଉଁ ସ୍କୁଲରେ ଛାତ୍ର ଛାତ୍ରୀ କମ ଥିବା ଯୋଗୁଁ କିମ୍ବା ମିଶ୍ରଣ ଯୋଗୁଁ ଯେଉଁ ପାଚିକା ସହାୟିକା ମାନଙ୍କୁ ବାହାର କରି ଦିଆଯାଉଛି। ସେମାନଙ୍କୁ ବ୍ଲକ ମଧ୍ୟରେ ଖାଲିଥିବା ସ୍ଥାନରେ ନିଯୁକ୍ତି ଦିାଆଯାଉ ।( ୬) ସ୍କୁଲ ମାନଙ୍କରେ ଛାତ୍ର ଛାତ୍ରୀ ସଂଖ୍ୟା ଭିତିରେ ପାଚିକା ମାନଙ୍କୁ ନିଯୁକ୍ତି ଦିଆଯାଉ । (୭) ପାଚିକା ସହାୟିକା ମାନଙ୍କୁ ବାର୍ଷିକ ଅତି କମରେ ୧୫ ଦିନ ଛୁଟି ମଞ୍ଜୁର କରିବା ସହିତ ପ୍ରସୂତି କାଳୀନ ଛୁଟି ମଧ୍ୟ ମଞୁର କରାଯାଉ । (୮) ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ଦେବା ସହିତ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ ବୋଲି ଏହି ଆଠ ଗୋଟ ଦାବି ରଖିଛନ୍ତି। ଏ ଅବସରରେ କାଲିମେଳା ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପାଚିକା ଓ ସହାୟିକା ମାନେ ଏକ ବ୍ୟାନର ଧରି କାଲିମେଳା ହାଟପଦା ବଜାର ସାହିରୁ ବାହାରୀ କାଲିମେଳା ସଦର ମହକୁମାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ। ଏ ନେଇ ଜିଲ୍ଲା ଶ୍ରମିକ ନେତା ଶ୍ରୀ ଯୁଧିଷ୍ଟିର ରାଉଳ, ରାଜ୍ୟ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି, ବସ୍ତିବାସିନ୍ଦା ସଙ୍ଘ ନେତା ଶ୍ରୀ ରାମକୃଷ୍ଣ ଦାସ ଓ ସଙ୍ଘର ଆବାହକ ଶ୍ରୀ ଉତ୍ତମ ମଲ୍ଲିକ ପ୍ରମୁଖ ଏହି ସମାବେଶରେ ସାମିଲ ହୋଇଥିଲେ।

Leave A Reply

Your email address will not be published.