ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ସମାରୋହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସଦର ମହକୁମା ସ୍ତିତ ସଂସ୍କୃତି ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ଵାକାଙ୍କ ଅଧକ୍ଷତାରେ ଏହି ସମାରୋହରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟରେ ବିଜୁ ଜନତା ଦଳର ଦୀର୍ଘ ୨୬ ବର୍ଷ ଧରି ବିଜୟ ଗାଥା, ଲୋକଙ୍କୁ ଅନବରତ ଭାବରେ ସେବା ଯୋଗାଇବା, ବିକାଶ ମୂଳକ କାର୍ଯ୍ୟ, ସୁ ଶାସନ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ବିଜେଡି ଶାସନ ସମୟରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଅଗ୍ରଣୀ ଲାଭ କରିବା ଏବଂ ବିଜେଡି ଶାସନରେ ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ସମୃଦ୍ଧ ଶୀର୍ଷରେ ପହଞ୍ଚାଇବା ଏବଂ ପ୍ରକୃତ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବାର ଉପଲବ୍ଧିକୁ ଶୀର୍ଷ ସ୍ଥାନରେ ବିଜେଡି ସରକାର ପହଞ୍ଚାଇପରିଛି । ଏହି ସେବା ମନବୃତ୍ତିକୁ ନେଇ ତୃଣ ମୂଳ ସ୍ତରରେ ପହଞ୍ଚିବା ପାଇଁ ବିଜେଡି କର୍ମୀ ମାନଙ୍କୁ ବିଜେଡି ନେତ୍ରୁ ବର୍ଗ ମାନେ ଆହ୍ବାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜିଲ୍ଲା ବିଜେଡି ପରାମର୍ଶଦାତା ରାଜେନ୍ଦ୍ର ପଣ୍ଡା, ଗୋପାଳ କୃଷ୍ଣ ପଣ୍ଡା, ବିଜେଡି ନେତା ନୃସିଂହ ଚରଣ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବ୍ଲକ୍ ଅଧକ୍ଷ, ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଜିଲ୍ଲାରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ବିଜେଡି କର୍ମୀ ମାନେ ଏହି ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.