କାଲିମେଳା, ତା ୧୧/୦୧/୨୩: ଆଜି କାଲିମେଳା ସଦର ମହକୁମାର ତହସିଲ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା କାଲିମେଳା ମିନି ଷ୍ଟାଡିୟମରେ କାଲିମେଳା ହାଟପଦା ସାହିର ଶଙ୍କର କର୍ମକାରଙ୍କ ଦ୍ଵିତୀୟ ପୁଅ ତଥା ଅବିବାହିତ ୩୭ ବର୍ଷ ବୟସର ଅମିତ୍ କର୍ମକାରଙ୍କର ଗତ ଡିସେମ୍ବର ୨୦୨୨ ମସିହା ୧୯ ତାରିଖରେ ମୃତ୍ୟୁ ହୋଇଥିଲା। ତାହାର ସ୍ମୁତି ରକ୍ଷା ଉଦ୍ଦେଶ୍ୟରେ ହାଟପଦା ସାହିର ମୃତ ଅମିତ୍ର ସାଙ୍ଗ ସାଥି, କ୍ଲାସ ମେଟ ଓ ବନ୍ଧୁବାନ୍ଧବ ମାନଙ୍କର ଚେଷ୍ଟାରେ ଆଜି କାଲିମେଳା ମିନି ଷ୍ଟାଡିୟମରେ ଅମିତ୍ ମେମୋରିଆଲ ନାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ଆଜିର ଏହି ଉଦଘାଟନ ମ୍ୟାଚରେ ଓଡ଼ିଶା ସହିତ ଛତିଶଗଡ଼ ରାଜ୍ୟର ଦଳ ସହିତ ରହିଛି। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଭୈରବୀ ଯୁବକ ସଂଘ କ୍ରିକେଟ ଟିମ ସହିତ ପଡୋଶୀ ରାଜ୍ୟ ସୁକୁମା ଜିଲ୍ଲାର ଦରନାପାଲ ଟିମ ସହ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଷୋହଳ ଗୋଟି ଟିମକୁ ନେଇ ଆଜି ପ୍ରଥମ ମ୍ୟାଚ ଆରମ୍ଭ ହୋଇ ଆସନ୍ତା ତା ୨୬/୧/୨୦୨୩ ରିଖରେ ଫାଇନାଲ ମ୍ୟାଚ ରହିଛି। ଏହି ଉଦଘାଟନ ମ୍ୟାଚରେ କାଲିମେଳା ଭୈରବୀ ଯୁବକ ସଂଘର ଟିମ୍ ଟଚ ୱଇନ କରି ପ୍ରଥମେ ବେକିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ଓ ଦରନାପାଲଟି ବୋଲିଙ୍ଘ ନେଇ ଆଜିର ଉଦଘାଟନ ମ୍ୟାଚ ଶୁଭାରମ୍ଭ କରାଯାଇଛି। ଯେଉଁ ଟିମ୍ ଫାଇନାଲରେ ବିଜୟୀ ହେବା ସେହି ଟିମ୍ ପାଇଁ ୩୩,୩୩୩ ଟଙ୍କା ପୁରସ୍କାର ରାଶି ରଖାଯାଇଥିବା ବେଳେ ରନର ଟିମ୍ ପାଇଁ ୨୨,୨୨୨ଟଙ୍କା ରଖାଯାଇଛି। ଏହି ମ୍ୟାଚ ଦୁଇଜଣ ଏମପିଆର ତଥା ସନ୍ତୋଷ ପ୍ରଧାନ ଓ ସୁରଜ ନାୟକ ଥିଲା ବେଳେ ଥାର୍ଡ ଏମପିଆର ପରିତୋଷ ମଣ୍ଡଳ ରହିଛନ୍ତି। ଅନଲାଇନ ସ୍କୋରର ଭାବେ ଆକାଶ ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଛି । ଏ ଅବସରରେ କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢୀ ଓ ଭୈରବୀ ଯୁବକ ସଂଘର ପୂର୍ବତନ ସଭାପତି କାମସେନ ପ୍ରଧାନ, ବିନୋଦ ସାହୁ, ସୈଳେନ୍ଦ୍ର ଦାସ୍, ବିକାଶ ମଲ୍ଲିକ, ବି ଚନ୍ଦ୍ର ଶେଖର, ପ୍ରମୁଖ ଅତିଥି ବୃନ୍ଦ ଯୋଗଦେଇଥିବା ବେଳେ ପ୍ରଥମେ ମୃତ ଅମିତ୍ କର୍ମକାରର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦିପ ପ୍ରଜନନ କରିଥିଲେ । ତାପରେ ଖେଳପଡିଆର ପିଚ ପାଖକୁ ଯାଇ କାଲିମେଳା ସରପଞ୍ଚ ନଡ଼ିଆ ବାଡଇ ଥିଲାବେଳେ କାଲିମେଳା ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢୀ ରିବନ କାଟି ଖେଳାଳି ମାନଙ୍କ ସହିତ ହ୍ୟାଣ୍ଡ ସେଖ କରି ଖେଳ ଆରମ୍ଭ କରିବାକୁ କହିଥିଲେ। ଏ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ କାଲିମେଳା ସଦରର ଶିବୁନି ଲେଙ୍କା, କୃଷ୍ଣ ଚନ୍ଦ୍ର ଗୈଡ ଓ ହାଟପଦା ସାହିର ରଜତ ଗୋପ, ସୁନିଲ ମଣ୍ଡଳ, ଗୈତମ ମଣ୍ଡଲ, ମନୋଜ ରାୟ, ବିପୁଲ କର୍ମକାର,ବିଷ୍ଣୁ ବୈଦ୍ୟ ଓ କାଲିମେଳା ଭୈରବୀ କ୍ଲବର ବିକାଶ ମଲ୍ଲିକ ସଞ୍ଜୟ ସରକାର, ବିନୋଦ ମହାନ୍ତି ପ୍ରମୁଖ ସହଯୋଗୀ ପ୍ରଚେଷ୍ଟାରେ ଏହି ଅମିତ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଅଛି।
Sign in
Sign in
Recover your password.
A password will be e-mailed to you.
Next Post