୭ ଦଫା ଦାବି ପୂରଣ ନ ହେଲେ କେନ୍ଦୁପତ୍ର ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ

ବରଗଡ, ତା ୧୩/୦୧/୨୩: ୭ ଦଫା ଦାବି ପୂରଣ ନ ହେଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଶ୍ରମିକ ମାନେ ଗୁଛାକଟା ସମୟରୁ ଡିଭିଜନର ସମସ୍ତ ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଆଜି ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ସହ ଆଲୋଚନା ବେଳେ ସଂଘ ଚେତାବନୀ ଦେଇଛି । ଆଜି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅଫିସରେ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ସହ ଏକ ୭ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଦାବି ମାନଙ୍କ ମଧ୍ଯରେ ରେଞ୍ଜ ମାନଙ୍କରେ ଖାଲିଥିବା ସର୍କଲ ଚେକର, ବନ୍ଧେଇ ଚେକର, ଚେକର, ମୁନସୀ, ଚପରାସୀ ପଦବୀ ପୂରଣ, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ମାନଙ୍କୁ ଗ୍ରାଚୁଏଟି ପ୍ରଦାନ, ୨୦୨୦ ମସିହାରୁ ସିଜିନାଲ କର୍ମଚାରୀଙ୍କ ଇପିଏଫ ଲାଗୁ କରିବା, କେନ୍ଦୁପତ୍ର ତୋଲାଳୀ ମାନଙ୍କୁ ୧୦୦% ବୋନସ ପ୍ରଦାନ କରିବା, ସିଜିନାଲ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରିବା, ସ୍ଥାୟୀ ଫଡିଘର ମେନଟେନସ ନାମରେ ୧୭ ଲକ୍ଷ ଟଙ୍କାର ମିଥ୍ୟା ଭାଉଚର କରି ଟଙ୍କା ଆତ୍ମସାତ କରିବାର ତଦନ୍ତ କରିବା ଏବଂ ୨ ଜଣ ସିଜିନାଲ କର୍ମଚାରୀଙ୍କୁ ଦିଆ ଯାଇଥିବା ଦିସଏନଗେଜମେଣ୍ଟ ଅର୍ଡର ପ୍ରତ୍ଯାହାର କରିବା । ଡିଏଫଓ ଶ୍ରୀ ବେହେରା ଏ ସମସ୍ତ ଦାବି ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ୭ ଦଫା ଦାବି ପୂରଣ ନହେଲେ କେନ୍ଦୁପତ୍ର ଶ୍ରମିକ ମାନେ ଗୁଛାକଟା କାର୍ଯ୍ଯରେ ସଂପୂର୍ଣ୍ଣ ଅସହଯୋଗ କରିବେ ବୋଲି ଡିଏଫଓଙ୍କୁ ଜଣାଇ ଦେଇଥିବା ଶ୍ରମିକ ନେତା ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । ଏହି ଆଲୋଚନା ସମୟରେ ହେଡଚେକର ଶ୍ରୀ କୋକିଲ ସାହୁ, ଅରମାନ ଖାଁ, ମନୋହର ଗଉଡ, ବସନ୍ତ ସାହୁ, ଭାରତ ବିଶ୍ବାଳ, ଝସକେତନ ହାତୀ, ସୁରେଶ ପଣ୍ତା, ରଙ୍କମଣି ହୋତା, ଚକାମନ ପ୍ରଧାନ, ଖିତି ଭୂଷଣ ପ୍ରଧାନ, ଜୟ ନାରାୟଣ ଦାସ, ଭାର୍ତ୍ତିକ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.