ଚିତ୍ରକୋଣ୍ଡା, ୧୭/୦୧/୨୩: ଆଜି ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡାର ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ କୁମାର ଅଗ୍ରୱାଲ, ବରିଷ୍ଠ ଖେଳାଳି ସନାତନ ବେହେରା, ବିଜୟର ମାମୁ କାର୍ତ୍ତିକ ଗଉଡ଼ ଯୋଗ ଦେଇଥିବା ବେଳେ ରେଫରୀ ଭାବରେ ଶ୍ରୀ ପଙ୍କଜ ସ୍ୱାଇଁଙ୍କ ସମେତ ଆୟୋଜକ ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବର ସଦସ୍ୟ, ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଏବଂ ଟେମ୍ପରାରି କଲୋନୀର ଯୁବ ଖେଳାଳି ମାନଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ୟାଙ୍କ ଲାଇନ ସ୍ଥିତ ଛକ ଠାରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି l ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନରେ ଦୁଇଟି ଭଲିବଲ ଟିମ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଟିମ ସହିତ ଟେମ୍ପରାରି କଲୋନୀ ଭଲିବଲ ଟିମର ଖେଳାଳି ମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା ହୋଇଥିଲା l ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନରେ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ଭଲିବଲ ଟିମ ବିଜୟୀ ହୋଇଥିଲେ l ଏଇଭଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ୧୬ ଗୋଟି ଭଲିବଲ ଟିମକୁ ନେଇ ଆଜି ଠାରୁ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ ଜାନୁୟାରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଭଲି ଖେଳରେ ଉତ୍ତୀର୍ଣ ହୋଇଥିବା ଚମ୍ପିୟାନ ଟିମ ଓ ରନର୍ସ ଟିମକୁ ପୁରସ୍କୃତ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ତରଫରୁ ସୂଚନା ମିଳିଛି l ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ଖେଳାଳି ମାନଙ୍କର ଆଗ୍ରହକୁ ଦେଖି କିଭଳି ଅଧିକରୁ ଅଧିକ ଖେଳ ବିକଶିତ ହୋଇ ପାରିବ କ୍ରିକେଟ ଫିଲଡର ଜରୁରୀ ଆବଶ୍ୟକତା ପୂରଣ କରାଯିବ ବୋଲି ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ପ୍ରତିଶୃତି ଦେଇଛନ୍ତି l ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମକୁ ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବର ସଭାପତି ନାରାୟଣ ଦାଶ, ଉପଦେଷ୍ଟା ଗଣେଷ ଖରା, ସଦସ୍ୟ ଗୁରୁ ତନ୍ତୀ, ଶ୍ରୀକାନ୍ତ ଖଣ୍ଡାଗିରି, ପପି ଖଣ୍ଡାଗିରି, ବୁଲୁ ନାଗ, ତ୍ରିନାଥ ଖରା ଓ ଦୀପକ କୁଶପାରିଆ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post