କଟକ,(ନୃସିଂହ ଚରଣ ଦାସ ) : ଆଉ ନାହାନ୍ତି ମାହାଙ୍ଗା ବ୍ଲକ ଗୋତରା ସରପଞ୍ଚ ରତ୍ନାକର ସାହୁ । ଗତକାଲି କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଦେହାନ୍ତରେ ମାହାଙ୍ଗା ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ଏକାଧିକ ଥର ଜନପ୍ରତିନିଧି ଭାବେ ପଞ୍ଚାୟତ ଲାଗି କାର୍ଯ୍ୟ କରିଛନ୍ତି । ଏପରିକି ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ବିଧାୟକ ପ୍ରତାପ ଜେନା, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ମତଳୁବ ଅଲ୍ଲୀଙ୍କ ପୁଅ ମସୁଦ ଅଲ୍ଲୀଙ୍କ ସମେତ ବହୁ ଦଳୀୟ କର୍ମୀ ଶୋକାବ୍ୟକ୍ତ କରିଛନ୍ତି । ବିବଂଗତ ଅମର ଆତ୍ମାପ୍ରତି ପଞ୍ଚାୟତବାସୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି । ତାଙ୍କ ପାର୍ଥିବ ଶରୀର ପଞ୍ଚାୟତ ପରିକ୍ରମା କରିବା ପରେ ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post