ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଡାକ୍ତରୀ ପରୀକ୍ଷା ତଥା ସହାୟକ ଉପକରଣ ଶିବିର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଡାକ୍ତର ମାନଙ୍କ ଦ୍ୱାରା ଚକ୍ଷୁ, ଶାରୀରିକ ଅକ୍ଷମତା, ଶ୍ରବଣ ବାଧକ, ମସ୍ତିଷ୍କ ପକ୍ଷଘାତ ପରୀକ୍ଷା କରାଯାଇ ସହାୟକ ଉପକରଣ ଯୋଗାଇବା ପାଇ ସୁପାରିଶ କରିଥିଲେ l ଡ଼କ୍ଟର ପ୍ରେମାନନ୍ଦ ସାହୁ, ଡକ୍ଟର ନିହାର ସିଂ, ଡ଼କ୍ଟର ତାପସ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ l ଜିଲ୍ଲା ଭିନ୍ନକ୍ଷମ ପ୍ରୋଗ୍ରାମ ସହାୟକ ପ୍ରସଂଜିତ ଉପସ୍ଥିତ ଥିଲେ l ତତସଙ୍ଗେ ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ସଂଯୋଜକ ଶ୍ରୀ ଅଞ୍ଜନ ଚୌଧୁରୀ, ଅନ୍ତାନିର୍ବେଶ ସାଧନା ସହାୟକ କାର୍ତ୍ତିକେଶ୍ୱର ମହନ୍ତ, ସିଆରସି ସାଧନ ସରକାର, ପ୍ରବୀର କୁମାର ଜେନା, ବସନ୍ତ କୁମାର ତାଂଗୁଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ l ସରପଞ୍ଚ ନରସିଂହ ସିନ୍ଦେରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ପ୍ରଧାନ ଶିକ୍ଷକ ଅଜିତ କୁମାର ପୂଜାରୀ କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ l ଏହି କେନ୍ଦ୍ରରେ ମୋଟ ୬୮ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦାନ କରିଥିଲେ l