ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ମାଲକାନଗିରି ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଆସିଥିବା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମାଲକାନଗିରି ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ଦେଖାଇଛନ୍ତି । ସକାଳେ ହେଲିକପ୍ଟର ଯୋଗେ ମାନ୍ୟବର ମନ୍ତ୍ରୀ ବିଏସଏଫର ହେଲିପେଡ ନିକଟରେ ପହଞ୍ଚିଲା ପରେ ତାଙ୍କୁ ପାଛୋଟି ନେବା ପାଇଁ ମାଲକାନଗିରି ଜିଲ୍ଲାର ଶତାଧିକ ବିଜେଡି କର୍ମୀ ଏବଂ କଡା ସୁରକ୍ଷା ବଳୟରେ ପାଛୋଟି ନେଉଥିବା ବେଳେ ଶିବାନନ୍ଦ ଆଶ୍ରମ ବିଦ୍ୟାଳୟର ସମ୍ମୁଖ ମୁଖ୍ୟ ରାସ୍ତାରେ ପୂର୍ବରୁ ଯୋଜନା ବୋଧ ଭାବେ ପ୍ରସ୍ତୁତ ହୋଇ ରହିଥିବା ମାଲକାନଗିରି ଯୁବ କଂଗ୍ରେସ ୩ରୁ ୪ ଜଣ ମାନ୍ୟବର ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ଏତେ କଡା ସୁରକ୍ଷା ବଳୟରେ ଥିଲେ ସୁଦ୍ଧା କଂଗ୍ରେସ କର୍ମୀ ମାନେ କିପରି କଳା ପତାକା ଦେଖାଇ ବିରୋଧ କଲେ ତାହା ଜିଲ୍ଲାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.