ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଘଟଣାର ସ୍ପଷ୍ଟିକରଣ ଦେଲା ଜିଲ୍ଲା କଂଗ୍ରେସ କମିଟି: ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ନଦେଲେ ଆନ୍ଦୋଳନ ତେଜିବ

ମାଲକାନଗିରି: ବୁଧବାର ଦିନ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ, ମନ୍ତ୍ରୀଙ୍କ ଗସ୍ତ ସମୟରେ ରାସ୍ତା ପାର୍ଶ୍ବରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗସ୍ତକୁ କଳାପତାକା ଦେଖାଇ ବିରୋଧ କରିଥିଲେ ।କଳାପତାକା ଦେଖାଇ ମନ୍ତ୍ରୀଙ୍କୁ ଗୋବ୍ୟାକ ଗୋବ୍ୟାକ ନାରା ଦେଇଥିଲେ। ଯଦିଓ ଗତକାଲି ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୁରକ୍ଷାରେ ଥିବା ପୋଲିସ ଏହି ଘଟଣାକୁ ଦେଖିଥିଲେ। ତଥାପି ଗତକାଲି ଏହି ଘଟଣା ଅତି ସାଧାରଣ ଭାବରେ ଦେଖାଯାଇଥିଲା। ମନ୍ତ୍ରୀଙ୍କ କଳାପତାକା ଘଟଣାକୁ କେନ୍ଦ୍ର କରି ଆଜି ମାଲକାନଗିରି ପୋଲିସ ପକ୍ଷରୁ କଳା ପତାକା ଦେଖାଇଥିବା ତିନି ଯୁବ କଂଗ୍ରେସ କର୍ମୀଙ୍କୁ ଘରୁ ଉଠାଇଛନ୍ତି ପୋଲିସ ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ଜିଲ୍ଲା କଂଗ୍ରେସ କମିଟି ସଭପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ଯେ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଗଲେ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ ସେହିପରି ଜିଲ୍ଲାରେ ଗୋଟିଏ ମାତ୍ର ବିଇଡି କଲେଜର ବିଲ୍ଡିଂ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ଚାଲିଲା ନାହିଁ ଫଳରେ ଏହା ଭୂତ କୋଠୀ ଭଳି ପଡ଼ିରହିଛି । ତେଣୁ ରାଜ୍ୟ ସରକାରଙ୍କ ଶିକ୍ଷାମନ୍ତ୍ରୀଙ୍କୁ ବୁଧବାର ଦିନ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ଦେଖାଇ ବିରୋଧ କରାଯାଇଥିଲା । ଆଗାମୀ ଦିନରେ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ନକଲେ ଏବଂ ବିଇଡି କଲେଜକୁ କାର୍ଯ୍ୟକ୍ଷମ କରାନଗଲେ ଛାତ୍ର କଂଗେସ ଓ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରି ଜିଲ୍ଲା ବନ୍ଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, କେଶୁ ରାଓ, ଭୀମା ୱରସେ ,ଇସାକ ଖୋସଲା ଓ ଅନ୍ୟ ବହୁ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.