କାଲିମେଳା ପୋଲିସର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କାଲିମେଳା, ତା ୨୪/୨: ସ୍ଥାନୀୟ ଅଞ୍ଚଳରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପୋଲିସ ପକ୍ଷରୁ ଆଜି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସମେତ ପୋଲିସର ଏକ ଟିମ୍ ବାଇକ୍ ଶୋଭାଯାତ୍ରାରେ ବାହାରି କାଲିମେଳା ସାପ୍ତାହିକ ଗୁରୁବାର ହାଟ ସ୍ଥଳ, କାଲିମେଳା ସହର ସମେତ ଆଖପାଖ ସ୍ଥାନରେ ପରିକ୍ରମା କରିଥିଲେ । ଏବଂ କାଲିମେଳା ମୂଖ୍ୟ ବଜାର ଛକରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣ ତଥା ବିଭିନ୍ନ ଗାଡ଼ି ଚାଳକଙ୍କୁ ସଡ଼କ ଦୁର୍ଘଟଣା କିପରି ରୋକା ଯାଇ ପାରିବ ସେ ସଂପର୍କରେ ବୁଝାଇଥିଲେ । ଗାଡ଼ି ଚଳାଇବା ସମୟରେ ନିଶା ସେବନ ଓ ମୋବାଇଲ ବ୍ୟବହାର ନ କରିବା, ହେଲମେଟ ଓ ସିଟ୍ ବେଲଟ ପିନ୍ଧିବା, ଟ୍ରାଫିକ ନିୟମ ମାନିବା ସହ ଅନ୍ୟ ମନସ୍କ ନହେବା, ଆବଶ୍ୟକ ଠାରୁ ଅଧିକ ଯାତ୍ରୀଙ୍କୁ ଗାଡ଼ିରେ ନ ବସାଇବା, ପିଲା ମାନଙ୍କୁ ଗାଡ଼ି ଚଲାଇବାକୁ ନଦେବା ,ଦୃତ ଗତିରେ ଗାଡ଼ି ନ ଚଳାଇବା ଇତ୍ୟାଦି ବିଷୟରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ପିଲା ମାନେ ଗାଡ଼ି ଚଳାଇଲେ ତାଙ୍କ ବାପାମା ଜରିମାନା ଦେବେ, ଗାଡ଼ିର କାଗଜ ପତ୍ର ଠିକ୍ ରଖିବା, ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ ଏବଂ ସାବଧାନତା ଅବଲମ୍ବନ କଲେ ନିଜ ଧନ ଜୀବନ ସହିତ ପରିବାରର ଜୀବନ ସୁରକ୍ଷିତ ରହିବ ବୋଲି ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.