ଗାଈ, ମଇଁଷି, ବଳଦଙ୍କୁ ସାପ କାମୁଡ଼ିଦେଲେ: ଭୟଭୀତ ନ ହୋଇ କରନ୍ତୁ ଏହି କାମ

ଗାଁ ଗହଳିରେ ଗାଈଗୋରୁଙ୍କୁ ସାପ କାମୁଡ଼ିବାର ବିଭିନ୍ନ ଦୁର୍ଘଟଣାମାନ ଦେଖିବାକୁ ମିଳେ। ଏମିତି ବି ଗୁହାଳ ପାଖେ ଛଣଗଦାରେ ସାପ ପ୍ରାୟ ଦେଖାଯାନ୍ତି। ଗାଈ, ମଇଁଷି, ବଳଦଙ୍କୁ ସାପ କାମୁଡ଼ିଦେଲେ, ଭୟଭୀତ ନ ହୋଇ କେତୋଟି ପ୍ରାଥମିକ କାମ କରିବେ। ମୁଖ୍ୟ କାମ ହେଲା, ପାଖ ପଶୁ ଡାକ୍ତରଖାନାର ଡାକ୍ତରଙ୍କୁ ଯୋଗାଯୋଗ କରି ଡକାଇବା। ତା’ ପରେ ଗାଈ ଶରୀରରେ କେଉଁଠି ସାପ କାମୁଡ଼ିଛି, ତାକୁ ଦେଖିବେ।

ସାପ କାମୁଡ଼ାର ଠିକ୍ ଉପରକୁ ଛୋଟ କପଡ଼ା କିମ୍ବା ଦଉଡ଼ିଟେ ବାନ୍ଧିଦେବେ, ଯେମିତି ବିଷ ପୂରା ଶରୀରକୁ ବ୍ୟାପି ନ ଯିବ। ଅନ୍ୟ ଏକ କାମକୁ ବେଶ୍ ଦକ୍ଷତାର ସହ କରିବାକୁ ହେବ। ସାପ କାମୁଡ଼ା ସ୍ଥାନରେ ଛୁରୀରେ ଆଘାତ କରି ଛୋଟ କ୍ଷତଟେ କରିବେ। ଅନ୍ତତଃ ବିଷ ସେଇବାଟେ ବାହାରିଯିବ। କ୍ଷତ ବେଶୀ ବଡ଼ କଲେ, ପ୍ରାଣୀ ଶରୀରରୁ ରକ୍ତସ୍ରାବ ହୋଇ ଅନ୍ୟ ଅସୁବିଧା ହେବା ଭୟ ବି ଅଛି। ଏତିକି କାମ କରିବା ଭିତରେ ଗାଈକୁ ପର୍ଯ୍ୟାପ୍ତ ପାଣି ପିଇବାକୁ ଦେବାକୁ ଯେମିତି ନ ଭୁଲିବେ।

Leave A Reply

Your email address will not be published.