ହାଇୱା ଟ୍ରକ ଧକ୍କାରେ ୬ ମଇଁଷିଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସଦର ଠାରୁ ୫ କିଲୋମିଟର ଦୂରରେ ଥିବା ସୋରିଷ ମାଳ ଗ୍ରାମ ଜାତୀୟ ରାଜପଥ ଉପରେ ଏକ ହାଇୱା ଟ୍ରକ୍ ଧକ୍କାରେ ୬ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ମୃତ ମଇଁଷି ଗୁଡ଼ିକ ଜାତୀୟ ରାଜପଥ କଡରେ ପଡି ରହିଛନ୍ତି। ସୂଚନା ମୁତାବକ ମାଲକାନଗିରି ସଦରରୁ ୭ରୁ ୮ଟି ମଇଁଷି ମଙ୍ଗଳବାର ସକାଳେ ଜଙ୍ଗଲକୁ ଘାସ ଚରେଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ସେମାନେ ଖାଦ୍ୟ ଅନ୍ୱେଷଣରେ ଚାଲି ଚାଲି ମଧ୍ୟରାତ୍ରରେ ସୋରିଷ ମାଳ ନିକଟରେ ପହଞ୍ଚିଥିଲେ। ରାତି ହୋଇଯିବାରୁ ଘରକୁ ଯିବା ପାଇଁ ରାସ୍ତା ପାଇନଥିଲେ । ଅନ୍ୟପଟରେ ମାଲକାନଗିରି ଅଭିମୁଖେ ଦେଇ ଆସୁଥିବା ଏକ ହାଇୱା ଟ୍ରକ୍ ଦୃତ ଗତି ରହିଥିବାରୁ ଏହି ମଇଁଷି ମାନଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା ଫଳରେ ୬ଟି ମଇଁଷି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ଏବଂ ଆଉ ଏକ ମଇଁଷି ଗୁରୁତର ଥିବାର ଜଣାପଡ଼ିଛି। ଗ୍ରାମବାସୀ ମାନେ ମାଲକାନଗିରି ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ୍ କିଣ୍ଡୋ ସୂଚନା ଦେଇଛନ୍ତି ।

    Leave A Reply

    Your email address will not be published.