ଭାଙ୍ଗିଲା କଲଭର୍ଟ, ବିପଦପୂର୍ଣ୍ଣ ଗାଡ଼ି ଚଳାଚଳ 

କାଲିମେଳା, ତା ୨୨/୩: କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ଠାରୁ ଆନ୍ଧ୍ର ସୀମାନ୍ତ ପୋଲୁର ଗ୍ରାମକୁ ସଂଯୋଗ କରୁଥିବା ଆରଡ଼ି ରୋଡ଼ର ଏକ ପୂରୁଣା କଲଭର୍ଟ ମଙ୍ଗଳବାର ସକାଳେ ଭାଙ୍ଗିପଡ଼ିଛି  । ବର୍ତ୍ତମାନ ଏହି ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଚଳ କରୁଥିବା ବେଳେ ଖବର ପାଇ ସଂପୃକ୍ତ ମାନ୍ୟମକୋଣ୍ଡା ସରପଞ୍ଚ କମଳା ଗୋଲରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାଙ୍ଗି ଯାଇଥିବା କଲଭର୍ଟ ଟାଗରକୋଟା ଗ୍ରାମକୁ ଲାଗି ରହିଅଛି । ଏବଂ ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।  ଏହି ରାସ୍ତା ଦେଇ ପ୍ରଥମେ ମାଲକାନଗିରି ପ୍ରସିଦ୍ଧ ବଡ଼ଯାତ୍ରା ଆରମ୍ଭ ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିଲା । କିନ୍ତୁ ସେହି ସମୟରେ ଏହି ପୂରୁଣା କଲଭର୍ଟକୁ ନଜର କରାଗଲା ନାହିଁ  । ଯାହା ଫଳରେ ଦୁର୍ଘଟଣା ଘଟିବା ପୂର୍ବରୁ କଲଭର୍ଟଟି ଆପେ ଆପେ ଭାଙ୍ଗିଯାଇଛି । ତେବେ ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି ।

Leave A Reply

Your email address will not be published.