ବିଜେଡ଼ିରେ ଯୋଗ ଦେଲେ କେନ୍ଦୁଝର କୁଡୁମୀ ସମାଜର ବହୁ କର୍ମକର୍ତ୍ତା

ଭୁବନେଶ୍ୱର, ୦୫/୦୫/୨୦୨୪: କେନ୍ଦୁଝର ଜିଲ୍ଲା କୁମୁଡୀ ସମାଜର ବହୁ କର୍ମକତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କେନ୍ଦୁଝର ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭାର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ, କେନ୍ଦୁଝରର ବରିଷ୍ଠ ନେତା ଆଶୀଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଏହି କୁଡୁମୀ ସମାଜ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର, ଶ୍ରୀ ଛାଟୋଇ, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଏହି କର୍ମକର୍ତ୍ତାଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦୁଝର ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଛାଟୋଇ, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କୁଡୁମୀ ସମାଜର କର୍ମକର୍ତ୍ତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ କ୍ଷୀରୋଦ ଚନ୍ଦ୍ର ମହନ୍ତ, ଶରତ ଚନ୍ଦ୍ର ମହାନ୍ତ, ବିନୋଦ ବିହାରୀ ମହାନ୍ତ, ସୁମନ୍ତ କୁମାର ମହାନ୍ତ, ସନାତନ ମହାନ୍ତ, ପର୍ଶୁରାମ ମହାନ୍ତ, ଅର୍ଜୁନ ଚରଣ ମହାନ୍ତ, ଦଶରଥ ମହାନ୍ତି, ପ୍ରହ୍ଲାଦ ମହାନ୍ତ , ଗୋଲଖ ମହାନ୍ତ, ଧରଣୀଧର ମହାନ୍ତ, ସନାତନ ମହାନ୍ତ, ଶ୍ରୀକାନ୍ତ ମହାନ୍ତ, ଭୁବନ ମହାନ୍ତ, ବଳଭଦ୍ର ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ଭଗବାନ ମହାନ୍ତ, ନୀତିଶ ମହାନ୍ତ, ଦଷ୍ମନ୍ତ ମହାନ୍ତ, ବସନ୍ତ ମହାନ୍ତ, ରବି ମହାନ୍ତ, ନାରାୟଣ ମହାନ୍ତ, ନବୀନ ମହାନ୍ତ, ରୋଶନ ମହାନ୍ତ, ଯୁଧିଷ୍ଟିର ମହାନ୍ତ, ନରେଶ ମହାନ୍ତ, ଭରଦ୍ୱାଜ ମହାନ୍ତ, ରବିନ୍ଦ୍ର ମହାନ୍ତ, ପ୍ରଭାକର ମହାନ୍ତ ହଳଧର ମହାନ୍ତ ଓ ଲକ୍ଷ୍ମଣ ମହାନ୍ତଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.