ବିଜେଡ଼ିରେ ଯୋଗଦେଲେ ପାଟଣା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ, ବିଜେପିର ନେତା ଓ କର୍ମୀ

ଭୁବନେଶ୍ୱର, ୦୫/୦୫/୨୦୨୪: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କେନ୍ଦୁଝର ବିଜେଡି ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ପର୍ଯ୍ୟବେକ୍ଷକ ଡ. ହରୀଶ ଚୌଧୁରୀ ଓ ସଂଯୋଜକ କାନନ ବିହାରୀ ପୋହୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ଛାଟୋଇ, ଡ. ଚୌଧୁରୀ ଓ ଶ୍ରୀ ପୋହୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ପାଟଣା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଛାଟୋଇ, ଡ. ଚୌଧୁରୀ ଓ ଶ୍ରୀ ପୋହୀ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ସତ୍ୟବ୍ରତ ନାଏକ, ଗୌରହରୀ ନାୟକ, ସରପଞ୍ଚ ଜୟନ୍ତୀ ମୁଣ୍ଡା, ହେମନ୍ତ ପାତ୍ର, ଶୁଶୀଲ କୁମାର ମହାନ୍ତି, ଗୌରାଙ୍ଗ ଚରଣ ନାଏକ, ଟସ୍କର ନାଏକ, ପ୍ରମୋଦ କୁମାର ସାହୁ, ପ୍ରଦୀପ ମହାପାତ୍ର, କମଳା ନାଏକ, ଅନନ୍ତ ନାଏକ, ମୁରଲୀଧର ନାଏକ, କ୍ଷମାନନ୍ଦ ମହାନ୍ତି, ଭାନୁମତୀ ମହାନ୍ତି, କାଳିଆ ମହାକୁଡ, ସଂଜୟ ସେଠୀ, କନକଲତା ମହାନ୍ତି, ଚଗଲା ଜେନା, ରମେଶ ଚନ୍ଦ୍ର ନାଏକ, କଂଗ୍ରେସର ଚୌରହରୀ ନାଏକ, ଗୋବନ୍ଧନ ନାୟକ, ବୁଦ୍ଧଦେବ ନାୟକ, ମଳୟ ରଂଜନ ନାୟକ, ସଂଗ୍ରାମ ନାୟକ, ଭଗବାନ ନାୟକ, ଗଦାଧର ଦେହୁରୀ, ବାନୁ ନାୟକ, ଭଗୀଆ ଦାସ, ମୋହନ ଦାସ, କିରଣ କରି ବାରିକ, ସୁବାସ ଚନ୍ଦ୍ର ମହାକୁଡ, ଦିଲ୍ଲୀକ କୁମାର ମହାକୁଡ, ଗୁରୁଚରଣ ମହାକୁଡ, ଦିବ୍ୟରଂଜନ ପଲେଇ, ରଂଜିତ ପଲାଇ, ଜଳଧର ନାୟକ, ଦଶରଥ ମହାନ୍ତ, ରାଘବ ଦଳାଇ ଓ ଜଗବନ୍ଧୁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.