ବିଜେଡ଼ିରେ ଯୋଗଦେଲେ ୨୦୧୪ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାଏକ

ଭୁବନେଶ୍ୱର, ୦୫/୦୫/୨୦୨୪: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ନିର୍ବାଚନ ମଣ୍ଡଳୀର ୨୦୧୪ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାଏକଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ତେଲକୋଇ ଓ କେନ୍ଦୁଝର ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ, କେନ୍ଦୁଝର ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, କେନ୍ଦୁଝରର ବରିଷ୍ଠ ନେତା ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କୈଳାସ ଚନ୍ଦ୍ର ନାଏକ ଓ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଇକରାୟ, ଶ୍ରୀ ଛାଟୋଇ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ତେଲକୋଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଇକରାୟ, ଶ୍ରୀ ଛାଟୋଇ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କୈଳାସ ଚନ୍ଦ୍ର ନାଏକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ମିଶ୍ରଣ ପର୍ବରେ ରଥ ଜୁଆଙ୍ଗ, ପ୍ରମୋଦ କୁମାର ବେହେରା, ଧନେଶ୍ୱର ନାୟକ, ତ୍ରିଲୋଚନ ନାୟକ, ହରେକୃଷ୍ଣ ବେହେରା, ପ୍ରହ୍ଲାଦ ମହାନ୍ତ, ସୁରେନ୍ଦ୍ର ଜୁଆଙ୍ଗ, ପ୍ରମୋଦ ଜୁଆଙ୍ଗ, ଶୈଳ ନାଏକ, ଅଶୋକ ଚନ୍ଦ୍ର ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.