ବିଜେଡ଼ିରେ ଯୋଗଦେଲେ ହିଂଜିଳି ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ, ବିଜେପିର ନେତା ଓ କର୍ମୀ

ଭୁବନେଶ୍ୱର, ୦୫/୦୫/୨୦୨୪: ଗଂଜାମ ଜିଲ୍ଲା ଅନ୍ତର୍ଗତ ହିଂଜିଳି ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବିଜେଡି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ହିଂଜିଳି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ଓ ବିଜେପି କର୍ମୀମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପୁରୁଷୋତ୍ତମ ସ୍ୱାଇ, ଗିରିଜା ନନ୍ଦ ପାତ୍ର, ଜିତେନ୍ଦ୍ର କୁମାର ସାମଲ, ଯୁଗଳ କିଶୋର ଜେନା, ପ୍ରଭାରକର ସାହୁ, ସୁନିଲ ପ୍ରଧାନ, ବିପ୍ର ଚରଣ ଗୌଡ, ଲକ୍ଷ୍ମଣ ନାୟକ, କୁନା ପଣ୍ଡା, ବନ ପ୍ରଧାନ, ନିର ନାୟକ, ନାରାୟଣ ଜେନା, ଉପେନ୍ଦ୍ର ନାୟକ, ରମେଶ ନାୟକ, କାଳିଆ ନାୟକ, ରାମ ନାୟକ, ସନିଆ ଗୌଡ, ବିଧାର ପ୍ରଧାନ, ନରସିଂହ ଡାକୁଆ, ସୁଶାନ୍ତ ପ୍ରଧାନ, ଅଜିତ ପାଣିଗ୍ରାହୀ, କେଶର ପ୍ରଧାନ, ତୁରିୟା ନାୟକ, ଗୌଡ ପାଣିଗ୍ରାହୀ, ପୀତବାସ ପଣ୍ଡା, ଜିତେନ୍ଦ୍ର କୁମାର ସାମଲ, ଯୁଗଳ କିଶୋର ଜେନା, ଲତିକା ଦାସ, ତାପସ ମଦ୍ଦାର, କିଶାନ ନାୟକ, କେଦାର ପଟ୍ଟନାୟକ, ମିଥୁନ ସାମଲ, ହଂସ ସାମଲ, ଅଜୟ କୁମାର ପରିଡା, ଲିପିକା ଦାସ ଓ ଶଙ୍କର ପ୍ରଧାନଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.