ବିଜେଡ଼ିରେ ଯୋଗ ଦେଲେ ଭୁବନେଶ୍ୱର-ଉତ୍ତରର ବରିଷ୍ଠ ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡା

ଭୁବନେଶ୍ୱର, ୦୫/୦୫/୨୦୨୪: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପିର ବରିଷ୍ଠ ନେତା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମତ୍ସ୍ୟନିଗମ ଅଧ୍ୟକ୍ଷ ସୁବାସ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ରାଉତ ଓ ଶ୍ରୀ ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଯୁଗାଂଶୁ ଶେଖର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ମିଶ୍ରଣ ପର୍ବରେ ବିଜେପି ନେତା ନିରଞ୍ଜନ ସାହୁ, ନିରଞ୍ଜନ ପାତ୍ର, ନିରୂପମା ପାତ୍ର, ସ୍ମୃତି ରଂଜନ ମହାନ୍ତି, ଅନାମ ଚନ୍ଦ୍ର ପ୍ରଧାନ, ଆଲୋକ ରଂଜନ ପତି, ଶ୍ରୀଧର ବଳିୟାରସିଂହ, ମଧୁସ୍ମିତା ପରିଡା, ଅଭୟ ମିଶ୍ର, , ମୋହିନୀ ବେହେରା, ମନୋଜ କୁମାର ସାହୁ, ରଙ୍କନୀଧି ସାହୁ, ରାଜେନ୍ଦ୍ର ମହାନ୍ତି, ସ୍ୱାଗତ ରଂଜନ ବେହେରା, ହେମନ୍ତ ବାରିକ, ଜ୍ଞାନରଂଜନ ବେହେରା, ପ୍ରଣବ ପାଣୀ, କଂଗ୍ରେସ ନେତା ଶିବା ରେଡ୍ଡୀ, ସୁଲେଖା ରେଡ୍ଡୀ, ସଂଜୟ ପାତ୍ର, ବିକାଶ ରାଉତ, ନିବାଶ ଭୋଇ ଓ ତାପସ ଜେନାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.