ଚିତ୍ରକୋଣ୍ଡାରେ ପାଣି ପାଇଁ ମୁଖ୍ୟ ରାସ୍ତା ଏବଂ ବ୍ଲକ ଆଗରେ ଗରା ରଖି ଘେରିଲେ ମହିଳା

ଭୋଟ ବର୍ଜନ କରିବାକୁ ଚେତାବନୀ l

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଖୋଦ ଚିତ୍ରକୋଣ୍ଡା ବ୍ଲକ ହେଡ଼ କୁଆଟର ସଦର ତଥା କଲୋନୀ ପାଖରେ ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଡ୍ୟାମ ସହ ସିଲେରୁ ନଦୀ ବହି ଯାଇଥିଲେ ସୁଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଛି l ଚଳିତ ବର୍ଷ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ଛଟପଟ ହେଉଛନ୍ତି l ଆଜି ଚିତ୍ରକୋଣ୍ଡାର ସ୍ଥାନୀୟ ମହିଳା ମାନେ ଉତକ୍ଷିପ୍ତ ହୋଇ ସକାଳେ ପ୍ରଥମେ ମୁଖ୍ୟ ରାସ୍ତା ବିଜେଡି ଅସ୍ଥାୟୀ କାର୍ଯ୍ୟାଳୟ ଆଗରେ ରାସ୍ତା ଅବରୋଧ କରିଥିଲେ l ପୁଲିସ ପ୍ରଶାସନ ତଥା ବିଜେଡି ବ୍ଲକ ସଭାପତି ରଘୁ ଖରା ଓ ଅମିତ ଅଗ୍ରୱାଲ ବୁଝାସୁଝା କରି ଆଜି ପାଇଁ ପାଣି ଟାଙ୍କିର ପହଞ୍ଚାଇଥିଲେ ମାତ୍ର ମହିଳା ମାନେ ପାଣି ନେଇନଥିଲେ ଆଜି ଗୋଟିଏ ଦିନ ପାଇଁ ପାଣି ଟାଙ୍କି ଦେଇଦେଲେ କଣ ଆମ ପାଣି ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିବାଦ କରିଥିଲେ ପରେ ରାସ୍ତା ଅବରୋଧରୁ ହଟି ଅଧିକ ସଂଖ୍ୟାରେ ମହିଳା ମାନେ ହାଣ୍ଡି ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଆଗ ଗେଟରେ ତାଲା ପକାଇ ଗେଟ ଆଗରେ ହାଣ୍ଡି ମାଠିଆ ରଖି ଘେରାଉ କରି ବସି ରହିଥିଲେ l ପାଣି ସମସ୍ୟା ସମାଧାନ କରିବାକୁ ଅଡ଼ିବସି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ l ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଜନ ସାଧାରଣଙ୍କ ମୁଖ୍ୟ ପାଣି ସମସ୍ୟା ବାରମ୍ବାର ମାଲକାନଗିରି ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଧା ସମାଧାନ ହୋଇ ପାରିନି l ମାଲକାନଗିରି ଆରଡବ୍ଲୁଏସଏସ ସଂସ୍ଥା ଚିତ୍ରକୋଣ୍ଡା ପାଣି ସମସ୍ୟା ସମାଧାନ ପାଇଁ କୋଟି କୋଟି ଟଙ୍କା ଦେଇ ଚିତ୍ରକୋଣ୍ଡା ରାସ୍ତା ଘାଟ ଖୋଳି ନଷ୍ଟ କରି ଠିକାଦାରଙ୍କୁ ପୋଷିବାରେ ଲାଗିଛି l ତେବେ ଚିତ୍ରକୋଣ୍ଡା ପାଣି ସମସ୍ୟା ନସୁଧୁରିଲେ ମହିଳା ମାନେ ହଟିବେନି ବୋଲି ଜିଦ ଧରି ବସିଛନ୍ତି l ତେବେ କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.