ନୂଆଦିଲ୍ଲୀ: ଆଉ ମାତ୍ର ୨୭ ବର୍ଷ । ତା ପରେ ନ ଥିବ ଦେଶର ପ୍ରମୁଖ ନଦୀ । ନଦୀ ସବୁ ଶୁଖି ଆଁ କରିଥିବ । ଜୀବ ଜଗତ ହାହାକାର ହୋଇଯିବେ । ଏଭଳି କିଛି ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ସେ ଚେତାବନୀ ଦେଇ କହିଛନ୍ତି ଯେ ହିମାଳୟର ପ୍ରମୁଖ ନଦୀ ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଜଳ ସ୍ତର ଅତି ଶୀଘ୍ର ହ୍ରାସ ପାଇବ। ଏହି କାରଣରୁ ୨୦୫୦ ସୁଦ୍ଧା ୧୭୦ ରୁ ୨୪୦ କୋଟି ସହରାଞ୍ଚଳବାସୀ ଜଳ ପାଇବାକୁ ଡହଳ ବିକଳ ହେବେ ।
ଆଣ୍ଟୋନିଓ କହିଛନ୍ତି ଯେ ପୃଥିବୀରେ ଜୀବନ ପାଇଁ ଗ୍ଲେସିୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ପୃଥିବୀର ୧୦ ପ୍ରତିଶତରେ ଗ୍ଲେସିର୍ ଅଛି । କିନ୍ତୁ ଗ୍ଲୋବାଲ ୱାର୍ମିଂ ହେତୁ ତାହା ଦ୍ରୁତଗତିରେ ତରଳି ଯାଉଛି । ଆଣ୍ଟାର୍କଟିକା ପ୍ରତିବର୍ଷ ୧୫ ବିଲିୟନ ଟନ୍ ବରଫ ହରାଉଛି । ଗ୍ରୀନଲ୍ୟାଣ୍ଡ ପ୍ରତିବର୍ଷ ୨୭ ବିଲିୟନ ଟନ୍ ବରଫ ହରାଉଛି। କେବଳ ଏତିକି ନୁହେଁ, ଏହା ପରେ ଅଧିକାଂଶ ଗ୍ଲେସିର୍ ହିମାଳୟ ଉପରେ ଅଛି । ଯାହା ବର୍ତ୍ତମାନ ଶୀଘ୍ର ତରଳି ଯାଉଛି । ସର୍ବାଧିକ ପ୍ରଭାବ ଗଙ୍ଗା, ସିନ୍ଦୁ ଏବଂ ବ୍ରହ୍ମପୁତ୍ର ନଦୀର ପ୍ରବାହ ଏବଂ ଜଳ ସ୍ତରରେ ହେବ। ଏହା ବ୍ୟତୀତ ଏକ ବିପଦ ମଧ୍ୟ ରହିଛି ଯେ ଯଦି ଗ୍ଲେସିୟର ଶୀଘ୍ର ତରଳିଯାଏ, ତେବେ ପାକିସ୍ତାନ ଏବଂ ଚାଇନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।
ଏସିଆରେ ୧୦ଟି ପ୍ରମୁଖ ନଦୀ ହିମାଳୟରୁ ଉତ୍ପନ୍ନ ହୋଇଛି, ଏଗୁଡିକ ବର୍ତ୍ତମାନ ୧୩୦ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଉଛି ।
ଯଦି ଗଙ୍ଗା ଶୁଖିଯାଏ କିମ୍ବା ଜଳ କମ୍ ହୋଇଯାଏ ତେବେ କ’ଣ ହେବ? ଗଙ୍ଗା ଦେଶର ଅନ୍ୟତମ ପ୍ରମୁଖ ତଥା ପବିତ୍ର ନଦୀ ଭାବରେ ପରିଗଣିତ ହୁଏ। ଏହାର ଲମ୍ବ ୨୫୦୦ କିଲୋମିଟର । ଅନେକ ରାଜ୍ୟର ପ୍ରାୟ ୪୦ କୋଟି ଲୋକ ଗଙ୍ଗା ଉପରେ ନିର୍ଭର କରନ୍ତି । ଗଙ୍ଗା ନଦୀରେ ପ୍ରଭାହିତ ଜଳ ଗଙ୍ଗୋତ୍ରୀ ଗ୍ଲେସିୟରରୁ ଆସୁଛି । କିନ୍ତୁ ଏହି ଗ୍ଲେସିୟର ଏବେ ବିପଦରେ । ଗତ ୮୭ ବର୍ଷ ମଧ୍ୟରେ, ୩୦ କିଲୋମିଟର ଲମ୍ବା ଗ୍ଲେସିୟରର ଏକ ଚତୁର୍ଥାଂଶରୁ ଦୁଇ କିଲୋମିଟର ଅଂଶ ତରଳି ଯାଇଛି ।
ଭାରତୀୟ ହିମାଳୟ ଅଞ୍ଚଳରେ ୯୫୭୫ ଗ୍ଲେସିର୍ ଅଛି । ସେଥିମଧ୍ୟରୁ ୯୬୮ ଟି ଗ୍ଲେସିର୍ କେବଳ ଉତ୍ତରାଖଣ୍ଡରେ ରହିଛି । ଗଙ୍ଗା,ଘାଘରା, ମାନ୍ଦାକିନି, ସରସ୍ୱତୀ ଭଳି ନଦୀ ଭାରତର ସମତଳରେ ରହିଛି । ଗ୍ଲୋବାଲ ୱାର୍ମିଂ ବୃଦ୍ଧି ଯୋଗୁଁ ଜଳ ସ୍ତର ହ୍ରାସ ପାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୧୯୩୫ ରୁ ୨୦୨୨ ମସିହା ମଧ୍ୟରେ ଗଙ୍ଗୋତ୍ରି ଗ୍ଲେସିୟର ୧୭୦୦ ମିଟର ତରଳି ଯାଇଛି ।
ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ତରାଖଣ୍ଡରେ ବର୍ଷା ସମୟକାଳ ବଦଳି ଯାଇଛି। ଅଧିକ ବର୍ଷା ହେଉଛି କିନ୍ତୁ ସମୟ ଏବଂ ପରିମାଣ ସ୍ଥିର ନାହିଁ । ତୁଷାରପାତ ହ୍ରାସ ପାଇଛି। ଯାହାର ଫଳ ସ୍ୱରୂପ ୨୦୧୩ରେ ଉତ୍ତରାଖଣ୍ଡରେ ବଦଲ ଫଟା ବର୍ଷା ଭଳି ଦୁର୍ଦଶା ଭୋଗିବାକୁ ପଡିବ ।
ବର୍ତ୍ତମାନ ୨୦୦ କୋଟି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାଁନ୍ତି । ଏଥି ସହିତ ୩୬୦ କୋଟି ଲୋକ ଅଛନ୍ତି ଯେଉଁମାନଙ୍କର ସ୍ୱଚ୍ଛତା ପରିମଳ ବ୍ୟବସ୍ଥା ନାହିଁ । ୟୁନେସ୍କୋର ମହାନିର୍ଦ୍ଦେଶକ ଅଡ୍ରି ଆଜୋଲ କହିଛନ୍ତି ଯେ ଜଳ ସଙ୍କଟର ମୁକାବିଲା ପାଇଁ ଏକ ଆନ୍ତର୍ଜାତୀୟ ସ୍ତରରେ କୌଶଳ ପ୍ରସ୍ତୁତ କରିବାକୁ ପଡିବ। ଯାହାଦ୍ୱାରା ସମଗ୍ର ବିଶ୍ୱ ନିରନ୍ତର ଜଳ ପାଇପାରିବ ।
ଅଧ୍ୟୟନରୁ ଜଣାପଡିଛି ଯେ, ହିମାଳୟର ଏହି ଗ୍ଲେସିୟରଗୁଡିକ ୪୦% ତରାଳି ସାରିଛି । ୨୮ ହଜାର ବର୍ଗ କିଲୋମିଟରରୁ ୧୯,୬୦୦ ବର୍ଗ କିଲୋମିଟରକୁ ଖସି ଆସିଛି । ଏହି ସମୟ ମଧ୍ୟରେ, ଏହି ଗ୍ଲେସିୟରଗୁଡିକ ୩୯୦ ଘନ କିଲୋମିଟରରୁ ୫୯୦ ଘନ କିଲୋମିଟର ବରଫ ହରାଇଛନ୍ତି । ତରଳିବା କାରଣରୁ ବାହାରୁଥିବା ଜଳ ସମୁଦ୍ର ପତ୍ତନକୁ ୦.୯୨ ରୁ ୧.୩୮ ମିଲିମିଟରକୁ ବୃଦ୍ଧି କରିଛି ।
ବ୍ରହ୍ମପୁତ୍ର, ଗଙ୍ଗା ଏବଂ ସିନ୍ଧୁ ନଦୀ ପାଇଁ ସବୁଠାରୁ ବଡ ବିପଦ
ଆର୍କଟିକ୍ ଏବଂ ଆଣ୍ଟାର୍କଟିକା ପରେ ସବୁଠାରୁ ବଡ ଗ୍ଲେସିୟର ହିମାଳୟରେ ରହିଛି । ଯେଉଁଭଳି ହାରରେ ହିମାଳୟ ଗ୍ଲେସିୟର ତରଳି ଯାଉଛି, ଭବିଷ୍ୟତରେ ଏସିଆର ଅନେକ ଦେଶରେ ପାନୀୟ ଜଳର ଅଭାବ ଦେଖାଦେବ । ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ଗଙ୍ଗା ଭଳି ପ୍ରମୁଖ ନଦୀରେ ଜଳର ଅଭାବ ଦେଖାଦେଇବ। ନେପାଳରେ ହିମାଳୟ ଗ୍ଲେସିୟରଗୁଡିକ ଅଧିକ ତରଳି ଯାଉଛି । ପୂର୍ବ ନେପାଳ ଏବଂ ଭୁଟାନ ଅଞ୍ଚଳରେ ତରଳିବା ହାର ସର୍ବାଧିକ । ଏହା ପଛର ମୁଖ୍ୟ କାରଣ ହେଉଛି ହିମାଳୟ ପର୍ବତର ଦୁଇ ଭାଗର ବାତାବରଣ ଏବଂ ବାୟୁମଣ୍ଡଳର ପାର୍ଥକ୍ୟ ଏବଂ ପାଣିପାଗରେ ପରିବର୍ତ୍ତନ।
କେବଳ ବହୁ ଉଚ୍ଚତାରେ ଥିବା ଗ୍ଲେସିୟର ତରଳି ଯାଉଛି ତାହା ନୁହେଁ, ବରଂ ସେଠାରେ ଥିବା ଛୋଟ ଛୋଟ ହ୍ରଦଗୁଡିକ ମଧ୍ୟ ଶୁଖି ଯାଉଛି । କାରଣ କ୍ରମାଗତ ତାପମାତ୍ରା ହେତୁ ହ୍ରଦର ଜଳ ଶୀଘ୍ର ବାଷ୍ପୀଭୂତ ହେଉଛି । ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି।