mobile header

କ୍ରାନ୍ତିପୀଠ ଡେଲିଙ୍ଗିବନ୍ଧ ସ୍ମୃତି ଦିବସ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଶିଳଘାଟୀ ପଞ୍ଚାୟତରେ ଥିବା ସ୍ଵାଧିନତା ସଂଗ୍ରାମର ମୁକସାଖି କ୍ରାନ୍ତିପୀଠ ଡେଲିଙ୍ଗି ବନ୍ଧର ୮୨ତମ ସ୍ମୃତି ଦିବସ ଶିଳଘାଟୀ ବନ୍ଧ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି । କମିଟିର ଆବାହକ ସାମ୍ବାଦିକ ତପନ କୁମାର ମହାନ୍ତିଙ୍କ ଆବାହନରେ ଓ ଶିଳଘାଟୀ ପଞ୍ଚାୟତର ସରପଞ୍ଚ ଖୋଲାରାମ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମତିସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମାନସ ରଞ୍ଜନ ସାମଲ, ସମ୍ମାନୀତ ଅତିଥି ରୂପେ ଗୋପବନ୍ଧୁ ନଗର ବ୍ଳକ ସହକାରୀ ଯନ୍ତ୍ରୀ ଦିବ୍ୟଜ୍ୟତି ଲେଙ୍କା, ସମିତି ସଭ୍ୟ ଅଭିମନ୍ୟୁ ପାତ୍ର, ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗ ହେମ୍ବ୍ରମ, ପୂର୍ବତନ ସମିତି ସଭ୍ୟା ସୁଲଚନା ଦାସ, ଖୁଣ୍ଟା ଫରେଷ୍ଟ ଗାର୍ଡ଼ ସୁଚିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ଇତି ଅବସରରେ ବନ୍ଧ ଘାଟରେ ଦିବଂଗତ ମାନଙ୍କ ପାଇଁ ତିଳ ତର୍ପଣ କରାଯାଇଥିଲେ । ସ୍ଵାଧିନତା ସଂଗ୍ରାମର ବାର୍ତ୍ତାବହନ କରୁଥିବା ଏବଂ ଇଂରେଜ ମାନଙ୍କ ବାରଣ ସତ୍ତ୍ଵେ ଚାଷ ଜମିକୁ ପାଣି ମଡେଇବା ପାଇଁ ୧୯୪୨ ମସିହା ମାର୍ଚ୍ଚ ୨୪ ତାରିଖରେ ଇଂରେଜ ବିରୋଧରେ ସ୍ଵର ଉତ୍ତୋଳନ କରାଯାଇ ଆନ୍ଦୋଳନକାରୀ ମାନେ ଏହି ବନ୍ଧ ନିର୍ମାଣ କରିଥିଲେ । ଯାହାକି ଡେଲିଙ୍ଗି ବନ୍ଧନାମରେ ପରିଚିତ । ଏହା ଯେ କେବଳ ଅଞ୍ଚଳର ଚାଷ କାର୍ଯ୍ୟ ପାଇଁ ହୋଇଥିଲା ତାହା ନୁହେଁ ଏହି ମାଧ୍ୟମରେ ସଂପୃକ୍ତ ଅଞ୍ଚଳରୁ ଇଂରେଜ ବିରୋଧି ବାର୍ତ୍ତା ଦେଇ ସ୍ଵାଧିନତା ସଂଗ୍ରାମ ପାଇଁ ଇନ୍ଧନ ଯୋଗାଇଥିଲା ଅଞ୍ଚଳର । ପରିଣାମ ସ୍ଵରୁପ ସେ ସମୟରେ ଆଇନ ଅମାନ୍ୟ କରି ବନ୍ଧନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୨୯୪ ଜଣ ସଂଗ୍ରାମୀଙ୍କୁ ଇଂରେଜ ସରକାର କାରାଗୃହକୁ ପଠାଇ ଥିଲେ ବୋଲି ଅତିଥିଗଣ ଜନସାଧାରଣଙ୍କୁ ସୁଚାଇଥିଲେ । ଯାହା ଆଜିର ଯୁବପିଢ଼ୀଙ୍କ ପାଇଁ ଜାଣିବାର ବିଷୟ ବୋଲି ଅତିଥିଗଣ ମତ ଦେଇଥିଲେ । ଏବଂ ସ୍ଵାଧିନତାର ବାର୍ତ୍ତାବହନ କରୁଥିବା ଏହି ବନ୍ଧ ଇତିହାସ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲେ ସୁଧା ଏହା ଆଜି ଅବହେଳିତ ଅବସ୍ଥାରେ ରହିଥିବାରୁ ବିକାଶ ପାଇଁ ଏବଂ ବନ୍ଧ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ପ୍ରଶାସନ ପକ୍ଷରୁ ରାସ୍ତା ପାର୍ଶ୍ଵରେ ସୂଚନା ଫଳକ ଲଗାଇବା ପାଇଁ ବିଡ଼ିଓ ଶ୍ରୀ ସାମଲଙ୍କୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.