
ଚିତ୍ରକୋଣ୍ଡା, ୨୭/୦୩/୨୦୨୩: ଆସନ୍ତାକାଲି ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳକୁ ୫-ଟି ସଚିବଙ୍କ ଭି.କେ.ପାଣ୍ଡିଆନ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବାର ଯୋଜନା ଥିବା ବେଳେ ତାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ଉକ୍ତ ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନକୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ଵାକା, ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ଓ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଥିଲେ l ପୂର୍ବ ପ୍ରସ୍ତାବିତ ରୁଟଚାଟ ଅନୁଯାଇ ଯୋଜନା ମୁତାବକ ପୂର୍ବ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି l
