xmas

ଏମ.ଭି. ୭୨ ଗାଁରେ ୫୦ତମ ସାର୍ବଜନୀନ ବାସନ୍ତୀ ପୂଜା ପାଳିତ

କାଲିମେଳା ତା ୩୧/୩: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ନାଲାଗୁଣ୍ଠି ଗ୍ରାମ ପଞ୍ଚାୟତର ଏମ.ଭି. ୭୨ (ସୁଭୋନପଲ୍ଲୀ) ଗାଁ ପାଳିଛି ୫୦ତମ ସାର୍ବଜନୀନ ବାସନ୍ତୀ ପୂଜା ସୂର୍ବଣ୍ଣ ଜୟନ୍ତୀ ତଥା ଗୋଲଡେନ ଜୁବିଲି । ପ୍ରତି ବର୍ଷରେ ଥରେ ଏମ.ଭି. ୭୨ ଗାଁରେ ପାଳିତ ହୋଇଥାଏ ଏହି ବାସନ୍ତୀ ପୂଜା । ହେଲେ ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଦିନ ପୂର୍ବାହ୍ନ ୭:୧୨ ସମୟରେ ନବରାତ୍ରୀ ପୂଜା ଆରମ୍ବ ହୋଇଥିବା ବାସନ୍ତୀ ପୂଜାକୁ ସମାନ ୫୦ ବର୍ଷ ପୂର୍ଣ୍ଣ ହୋଇଛି । ଯାହାକି ଦଶ ଦିନ ଧରି ଚାଲିବ ପୂଜା ତଥା ଚଳିତ ମାର୍ଚ୍ଚ ମାସର ୩୧ ତାରିଖ ଶୁକ୍ରବାର ବା ଆଜି ପୂର୍ବାହ୍ନ ୮:୩୯ ମଧ୍ୟେ ଦଶମୀ ପୂଜା ସମାପନ କରାଯିବ । ସାରା ଦେଶରେ ବିଗତ ଦିନରେ କାୟା ବିସ୍ଥାର କରିଥିବା ମହାମାରୀ କରୋନା କଟକଣା ଯୋଗୁଁ ଜନଗହଳିପୂର୍ଣ୍ଣ ବିଭିନ୍ନ ପର୍ବପର୍ବାଣି ବନ୍ଦ ରହିଥିଲା ଏ ଅଞ୍ଚଳରେ । ବର୍ତମାନ ଦୀର୍ଘ ଦିନ ବ୍ୟବଧାନ ପରେ ଏ ଅଞ୍ଚଳମାନଙ୍କରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଜନଗହଳିପୂର୍ଣ୍ଣ ପୂଜାପର୍ବଣ କରିବାର ସୁଯୋଗ ପାଇ ବେଶ ଉତ୍ସାହିତ ଅଞ୍ଚଳର ଲୋକମାନେ । ଏହି ପରିପେକ୍ଷୀରେ ଏମ.ଭି. ୭୨ରେ ପାଳିତ ହୋଇଥିବା ୫୦ତମ ସାର୍ବଜନୀନ ବାସନ୍ତୀ ପୂଜା ବେଶ ଉତ୍ସାହ ଓ ଉଦ୍ଦୀପନାର ସହକାରେ ଧୁମଧାମରେ ପାଳିତ ହୋଇଛି । ଦଶ ଦିନ ଧରି ଚାଲିଥିବା ପୂଜା ଦେଖିବାକୁ ଭକ୍ତମାନଙ୍କର ପ୍ରବଳ ଭିଡ ଜମୁଛି । ପ୍ରତିଦିନ ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ଦିନ ରାତ୍ରିରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ମେଲୋଡି, ରେକର୍ଡ ଡ୍ୟାନ୍ସ ଓ ନାଚଗୀତ ସାଙ୍ଗକୁ ସୂଦୂର କଟକରୁ ଅଣାଯାଇଥିବା ଅପେରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଓ ତା ସହ ପୂଜା ପଡିଆରେ ରହିଛି ମିନାବଜାରର ରାମଦୋଳି, ବମ୍ବେ ବ୍ରେକ ଡ୍ୟାନ୍ସ ଓ ଛୋଟ ଛୁଆମାନଙ୍କର ପାଇଁ ଟ୍ରେନ, ଇତ୍ୟାଦି ଓ ଲାଗିଛି ବିଭିନ୍ନ ପ୍ରକାର ଦୋକାନ ବଜାର । ଅନ୍ୟପଟେ ଏହି ପୂଜାକୁ ୫୦ ବର୍ଷ ପୂର୍ଣ୍ଣ ହୋଇଥିବା ଯୋଗୁ ପ୍ରତିଦିନ ହଜାର ହଜାର ଭକ୍ତ ମାନଙ୍କର ସମାଗମ ହେଉଥିବା ଯୋଗୁ କଲି କୌଣସି ଅଘଟଣ କିମ୍ବା ବିଶୃଙ୍ଖଳା ଗଣ୍ଡଗୋଳ ଯେମିତି ଜନଗହଳି ଭିତରେ ନ ହୁଏ ତାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ନଜର ରଖିଥିବା ବେଳେ ପୂଜା କମିଟି ତରଫରୁ ସ୍ୱେଚ୍ଛାସେବୀ ମାନେ ମୃତୟନ କରାଯାଇଥିଲା । ଠିକ ସେହିପରି ଏ ଅଞ୍ଚଳର ଏମ.ଭି. ୭୨ ଗାଁ ବ୍ୟତିତ ଏମ.ପି.ଭି. ୧୯, ଏମ.ପି.ଭି. ୨୭ ଓ ପଡିଆ ବ୍ଳକର ଏମ.ଭି. ୫୮, ଏମ.ଭି. ୬୧ ପ୍ରମୁଖ ଗାଁ ମାନଙ୍କରେ ପାଳିତ ହେଉଅଛି ଏହି ବାସନ୍ତୀ ପୂଜା ।

Leave A Reply

Your email address will not be published.