xmas

ମୟୂରଭଞ୍ଜ ଶୁଲିଆପଦା ପୋଲିସର ନିର୍ଯାତନାରୁ ଯୁବକଙ୍କ ମୃତ୍ୟୁ ମାମଲା: ଜାତୀୟ ମାନବିକ ଅଧିକାର କମିଶନରେ ପିଟିସନ

ମୟୁରଭଞ୍ଜ: ମୟୁରଭଞ୍ଜର ଶୁଳିଆପଦାରେ ପୁଲିସ୍ ନିର୍ଯାତନାର ଶିକାର ହୋଇ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ । କମିଶନଙ୍କ ନିକଟରେ ଶନିବାର ଦିନ ସେ ଏ ନେଇ ଏକ ପିଟିସନ୍ ଦାୟର କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଗତ ୧୭ ତାରିଖରେ ଶୁଳିଆପଦା ଥାନା ପୁଲିସ ବେଆଇନ ଭାବେ ଶରଡିହା ଗାଁର ରଜପାଣି ପାତ୍ରକୁ ଉଠାଇ ଆଣିଥିଲା । ୪ ଦିନ ଥାନାରେ ରଖି ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା ଓ ପରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସର ଏହି ବର୍ବର କାର୍ଯ୍ୟ ସଭ୍ୟ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଅଖଣ୍ଡ । ମାନବିକ ଅଧିକାର କମିଶନ ଏହାକୁ ଗ୍ରହଣ କରି ତୁରନ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡିତ ପରିବାରକୁ ରିଲିଫ୍ ଓ ଥଇଥାନ କରିବାକୁ ନିବେଦନ କରିଛନ୍ତି । ଏଥିରେ ପୁଲିସ୍ ଡିଜି, ମୟୁରଭଞ୍ଜ ଏସପି ଓ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave A Reply

Your email address will not be published.