xmas

ସରିଲା ପୂଜା, ମାଆ ନେଲେ ମେଲାଣି

କଟକ,( ନୃସିଂହ ଚରଣ ଦାସ) : ଆଜି ମହାଦଶମୀ । ବାସନ୍ତିକ ଦୁର୍ଗାପୂଜାର ଅନ୍ତିମ ପର୍ବ । ଯଜ୍ଞ ସମ୍ପନ୍ନ ପରେ ମାଙ୍କୁ ଦିଆଯାଇଛି ମେଲାଣି । ଅପେକ୍ଷା ଆସନ୍ତା ବର୍ଷକୁ । ସାରା ରାଜ୍ୟରେ ବେଶ ଧୁମଧାମରେ ୪ ଦିନ ଧରି ଚାଲିଥିଲା ବାସନ୍ତିକ ଦୂର୍ଗାପୂଜା । ଏହି ପରିପେକ୍ଷୀରେ କଟକ ଜିଲ୍ଲାରେ ପାଳିତ ହୋଇଥିଲା ଏହି ମାଙ୍କ ପୂଜା । ବେଶ ଚଳଚଞ୍ଚଳ ହୋଇ ଉଠିଥିଲା ପୂଜା ମଣ୍ଡପ । ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିସର । ନିଷ୍ଠାର ସହ ମାଙ୍କୁ ନିଜର ଦୁଃଖ ଓ ଅଭିଳାଷ ଜଣାଉଥିଲେ ଶ୍ରଦ୍ଧାଳୁ । ସୁଦକ୍ଷ ପୁରୋହିତ ଓ କର୍ତ୍ତାଙ୍କ ସହଯୋଗରେ ପୀଠରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ରୀତିନୀତି ଅନୁସାରେ ପ୍ରତ୍ୟେହ ପ୍ରଭାତରୁ ପୂଜାର୍ଚ୍ଚନା ସହ ମାଙ୍କୁ ବିଭିନ୍ନ ବେଶ କରାଯାଇଥିଲା । ପ୍ରତିଦିନ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଥିଲା ମାତୃପୀଠ । ମାହାଙ୍ଗାର ପ୍ରସିଦ୍ଧ ଶକ୍ତିପୀଠ ଶୁକ୍ଳେଶ୍ୱରର ଭଗବତୀ, ଗୁପ୍ତ କାଳନ୍ଦୀ ନାହାଙ୍ଗ, ଚୌଦ୍ୱାର ଟାଙ୍ଗିର ସଫା ସପନପୁର, ସାଲେପୁରର ମଢଙ୍ଗା ସମେତ ବହୁ ସ୍ଥାନରେ ମାଙ୍କ ପୂଜା ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେଉଥିଲେ ମଧ୍ୟ ମାଙ୍କ ପୂଜା ଯଥାବିଧି ଶେଷ ହୋଇଛି ।

Leave A Reply

Your email address will not be published.