ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ରଦ୍ଧ ପ୍ରସଙ୍ଗ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ଦିନରେ ସାରା ଜିଲ୍ଲାରେ ସତ୍ୟାଗ୍ରହ ଆନ୍ଦୋଳନ କରିବ

ମାଲକାନଗିରି: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଧ ହେବା ପରେ ସାରା ଦେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ପଞ୍ଚାୟତ ସ୍ତରୀୟ ଠାରୁ ଆରମ୍ଭ କରି ବ୍ଲକ୍, ଜିଲ୍ଲାସ୍ତରୀୟ ସତ୍ୟା ଗ୍ରହ ଆନ୍ଦୋଳନ କରିବ ବୋଲି ଘୋଷଣା ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ମିଟ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ତଥା ପିସିସି ସଦସ୍ୟ ରାମ ଚନ୍ଦ୍ର କାଡାମ୍ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଧ ହେବା ଏକ ଅଗଣତାନ୍ତ୍ରିକ ଅଟେ। ଯେଉଁ ଦିନ ରାହୁଲ ଗାନ୍ଧୀ ଆଦାନୀ ଓ ମୋଦୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ ତା ପରେ ବିଜେପି ଆକ୍ରୋଶ ମୂଳକ ମନୋଭାବ ନେଇ ଏହାକୁ ରଦ୍ଧ କରାଯାଇଛି ବୋଲି ଶ୍ରୀ ରାମ ଚନ୍ଦ୍ର କାଡାମ୍ ଅଭିଯୋଗ କରିଛନ୍ତି । ମାନ ହାନି କେସରେ ୨ ବର୍ଷ ସଜା ହେବା ଭାରତ ଇତିହାସରେ ନଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେପି ଆକ୍ରୋଶ ମୂଳକ ଭାବରେ ପ୍ରତିଶୋଧ ପରାୟଣ ହୋଇ ଏପରି କାର୍ଯ୍ୟ କରିଥିବାର କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରିଛି। ତେଣୁ ଆଗାମୀ ଦିନରେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସାରା ଦେଶରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ୍, ଜିଲ୍ଲାସ୍ତରରେ ସତ୍ୟାଗ୍ରହ ଆନ୍ଦୋଳନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅବସରରେ ମାଲା ମାଡ଼ି, ଭିମା ୱାରସେ, ଜି ଶ୍ରୀନିବାସ ରାଓ, ମଙ୍ଗୁ ଖିଲ, ସରୋଜ କୁମାର ପାତ୍ର, କେଶୁ ରାଓ, ଇସାକ୍ ଖୋସଲା, ଇର୍ମା ପୋଡିଆମି ,ପଦ୍ମ ପାଙ୍ଗି ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.