ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ମାଲକାନଗିରି ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗା କାର୍ଯ୍ୟକୁ ସମୀକ୍ଷା ଦଳ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ମାଲକାନଗିରି ବ୍ଲକର ମୋଟ ୨୭୦୦ରୁ ଉର୍ଦ୍ଧ ଘର ତଦାରଖ କରାଯାଇଥିଲା । ଏହି ସମୀକ୍ଷା ସମୟରେ ୨୦୦ରୁ ଉର୍ଦ୍ଧ ଘରେ ଝରକା, କବାଟ ସହ ଅନେକ ଘରେ ସୂଚନା ଫଳକ ଲାଗିନଥିବା ଏବଂ ଅନେକ ହିତାଧିକାରୀଙ୍କ ଘର ପ୍ଲାସ୍ଟର ହୋଇନଥିବା ଦେଖିବାକୁ ପାଇଥିଲେ । ଏଥିସହ କିଛି ମନରେଗା କାର୍ଯ୍ୟରେ ସୂଚନା ଫଳକ ନ ଥିବା, ନରେଗାର କିଛି କେଶ ରେକର୍ଡ ଅପଡେଟ ନଥିବା ଓ କେଶ ରେକର୍ଡ ସମୀକ୍ଷା ଦଳକୁ ଯାଞ୍ଚ ନିମନ୍ତେ ନ ଦିଆ ଯାଇଥିବା ଭଳି ଅଭିଯୋଗର ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଗୌରୀ ପଡ଼ିଆମୀ, ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ, ଲୋକପାଳ ଅଧିକାରୀ ସୁନାକର ପାଳ, ବିଡିଓ ଅଜୟ କୁମାର ପ୍ରଧାନ ସମେତ ଏପିଓ ମେନକା ପ୍ରଧାନ, ବିପିସି ମନରଞ୍ଜନ ଦାସଙ୍କ ସମେତ ୧୯ଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଜେଇ, ଜିଆରଏସ, ପିଇଓଙ୍କ ସମେତ ୧୯ଟି ପଞ୍ଚାୟତରୁ ୧୦୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.