ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଦିନେ ଯେଉଁଠି ଚାଲୁଥିଲା ମାଓବାଦୀଙ୍କ ପ୍ରଜାକୋର୍ଟ ଆଜି ସେଠି ଚାଲିଛି ସାଂସଦଙ୍କ ଜନ ଶୁଣାଣି। ଦିନେ ଯେଉଁଠି ଆଡ୍ଡା କରିଥିଲେ ମାଳ ମାଳ ମାଓବାଦୀ ଆଜି ସେଠି ଜିଲ୍ଲାର ବହୁ ଜନ ପ୍ରତିନିଧି। ନିର୍ଭୀକ ଭାବେ ଲୋକଙ୍କ ପାଖରେ ପହଁଚି ଲୋକଙ୍କ ସମସ୍ୟା ବୁଝି ଏବେ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ରମେଶ ମାଝୀ। ପ୍ରଥମ ଜନ ପ୍ରତିନିଧି ଭାବେ ଯନ୍ତ୍ରୀ ପଞ୍ଚାୟତ ଲୋକଙ୍କ ପାଖେ ପହଞ୍ଚିଥିବାରୁ ଲୋକଙ୍କ ମନରେ ଉତ୍ସାହ। ଦିନେ ଯନ୍ତ୍ରୀ ଥିଲା ମାଓବାଦୀଙ୍କ ଆଡ୍ଡା ସ୍ଥଳୀ। ଏଇଠୁ ଆରମ୍ଭ ହେଉଥିଲା ମାଓବାଦୀଙ୍କ ଗତିବିଧି। ଲୋକଙ୍କ ସହ ମିଶି ଲୋକଙ୍କୁ ଭୟବିତ କରି ମାଓ କାର୍ଯ୍ୟକଳାପରେ କରୁଥିଲେ ସାମିଲ। କିନ୍ତୁ ଏବେ ବଦଳିଛି ଚିତ୍ର। ନିର୍ଭୀକ ଭାବେ ଏବେ ଏବେ ଲୋକଙ୍କ ଚାଲିଚଳନ ସହ ବିକାଶ ମଧ୍ୟ ଦ୍ରୁତଗତିରେ ଚାଲିଛି। ସେ ସବୁ ଭିତରେ ଏବେ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ରମେଶ ମାଝୀ। ବୋଟରେ ପ୍ରାୟ ୪ ଘଣ୍ଟା ସମୟ ବିତାଇ ଯନ୍ତ୍ରୀ ପଞ୍ଚାୟତକୁ ଯାଇଥିଲେ ସାଂସଦ। ବୋଟ ଭିତରେ ମଧ୍ୟ ବହୁ ଲୋକଙ୍କ ଅଭିଯୋଗ ଶୁଣିଥିଲେ ସାଂସଦ ରମେଶ ମାଝୀ। ଯେଉଁଠି ଦିନେ ମାଓବାଦୀ ପ୍ରଜାକୋର୍ଟ କରୁଥିଲେ ସେଠି ପ୍ରଥମ ସାଂସଦ ଭାବେ ଶ୍ରୀ ମାଝୀ ଗସ୍ତ କରିଥିଲେ। ବୋଟରୁ ଓହ୍ଲାଇଲା ବେଳେ ଭବ୍ୟ ସ୍ୱାଗତ କରିଥିଲେ ଯନ୍ତ୍ରୀବାସୀ। ପ୍ରଥମ ଥର ଭାବେ କୌଣସି ବଡ଼ ନେତା ଗାଁକୁ ଆସିଥିବାରୁ ସେମାନେ ବେଶ ଉତ୍ସାହିତ ଥିଲେ। ପରେ ନାଚ ଗୀତ ସହ ସାଂସଦଙ୍କୁ ପାଛୋଟି ନେଇଥିଲେ ଲୋକେ। ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଶୁଣାଣି କରିଥିଲେ ସାଂସଦ ରମେଶ ମାଝୀ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତରେ ହୋଇଥିଲା ମତଦାନ। ଲୋକଙ୍କ ମନରେ ମଧ୍ୟ ଥିଲା ଭୟର ବାତାବରଣ କିନ୍ତୁ ଧୀରେ ଧୀରେ ତାହା ଲୁପ୍ତ ହେବାରେ ଲାଗିଛି।ପ୍ରଥମେ ଗୁରୁପ୍ରିୟା ସେତୁ ଓ ପରେ ଗାଁ ଗାଁରେ ବିଏସଏଫ କ୍ୟାମ୍ପ ଯୋଗୁଁ ଏବେ ଲୋକଙ୍କ ମନରେ ଆଉ ଭୟ ନାହିଁ। ଯେଉଁଠି ଦିନେ ସାଧାରଣ ଲୋକଙ୍କ ଯାତାୟାତ ବିପଦପୂର୍ଣ୍ଣ ଥିଲା ଆଜି ସେଠି ସାଂସଦ ଓ ଲୋକ ପ୍ରତିନିଧିଙ୍କ ଏଭଳି ଗସ୍ତ ଓ ଅଭିଯୋଗ ଶୁଣାଣି ଲୋକଙ୍କ ମନରେ ବେଶ ଉତ୍ସାହ ଭରି ଦେଇଥିଲା। ଗୁରୁପ୍ରିୟା ସେତୁ ହେବା ପରେ ପ୍ରାୟ ସବୁ ପଞ୍ଚାୟତ ଯୋଗାଯୋଗର ବାଟ ଫିଟିଥିବା ବେଳେ କେବଳ ଯନ୍ତ୍ରୀ ପଞ୍ଚାୟତକୁ ହିଁ ଯୋଗାଯୋଗ ହୋଇ ପାରିନାହିଁ। ତେଣୁ ଦୁଇଟି ମୋଟର ଲଞ୍ଚ ମଧ୍ୟ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଛି ଯାହାର ଉଦଘାଟନ ସାଂସଦ ରମେଶ ମାଝୀ କରିଥିଲେ। ସାଂସଦଙ୍କ ଏଭଳି ସାହାସ ଦେଖାଇ ବିନା କୌଣସି ସୁରକ୍ଷାରେ ନିର୍ଭୀକ ଭାବେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସ୍ୱଭିମାନ ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି।
Sign in
Sign in
Recover your password.
A password will be e-mailed to you.