ଝାରସୁଗୁଡା: ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟୀ ହେବା ପରେ ସେ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୀପାଳି କହିଛନ୍ତି ଯେ, ଏହି ବିଜୟ ଝାରସୁଗୁଡାବାସୀଙ୍କର ବିଜୟ। ଆଜି ଝାରସୁଗୁଡାବାସୀ ମୋ ଉପରେ ବିଶ୍ବାସ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ।
ମୋ ବାପାଙ୍କ ପ୍ରତି ସେମାନଙ୍କର ଯେପରି ଭଲ ପାଇବାର ଥିଲା ତାହା ଅତୁଟ ରହିଛି। ବାପା ଯେପରି ଝାରସୁଗୁଡାର ସେବା କରୁଥିଲେ ମୁଁ ମଧ୍ୟ ସେପରି କରିବି ବୋଲି ଦୀପାଳି କହିଛନ୍ତି। ଆଜି ବାପା ଥିଲେ ବେଶ ଖୁସି ହୋଇଥାଆନ୍ତେ ବୋଲି ଦୀପାଳି କହିଛନ୍ତି।
ସେହିପରି ଦୀପାଳି କହିଛନ୍ତି ଯେ, ଏହି ବିଜୟରେ ମୋର ଦୁଇଟି ବାପାଙ୍କର ଆର୍ଶିବାଦ ରହିଥିଲା। ସେମାନେ ହେଲେ ମୋର ବାପା ନବ ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବାପାଙ୍କ ଅନୁପସ୍ଥିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ ଦେଇଥିବାରୁ ମୁଁ ତାଙ୍କୁ ବହୁ ଧନ୍ୟବାଦ ଅର୍ପଣ କରୁଛି। ଆଜି ବିଜୟ ଦିବସ ଝାରସୁଗୁଡାବାସୀଙ୍କ ସହିତ କଟାଇବି।