ବାପାଙ୍କ ଗଡ଼କୁ ବଜାୟ ରଖିଲେ ଝିଅ, ବିପୁଳ ଭୋଟରେ ବିଜୟୀ ହେଲେ ଦୀପାଳି ଦାସ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ।

ସେ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି।  ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି।

ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ। ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା। ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।

ପ୍ରଥମ ରାଉଣ୍ଡ: ବିଜେଡ଼ି ପ୍ରାର୍ଥୀ ୫୯୪୪ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ୩୨୩୮ ଖଣ୍ଡ ଭୋଟ। କଂଗ୍ରେସ ଦଳ ୧୨୩ ଖଣ୍ଡ ଭୋଟ ପାଇଛି ।

ଦ୍ୱିତୀୟ ରାଉଣ୍ଡ : ବିଜେଡି ପ୍ରାର୍ଥୀ ୧୧୨୫୬ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ୬୭୪୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ଦଳ ୨୬୩ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କୁ ୩୩୦ ଖଣ୍ଡ ଭୋଟ ପାଇନାହାନ୍ତି ।

ତୃତୀୟ ରାଉଣ୍ଡ : ବିଜେଡି ପ୍ରାର୍ଥୀ ୧୭୫୪୩ ଖଣ୍ଡ ଭୋଟ ପାଇଥିବା ବେଳେ ୬୨୮୭ ଖଣ୍ଡ ଭୋଟ ଆଗୁଆ ଅଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ୯୯୧୦ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୫୨୧ ଖଣ୍ଡ ଭୋଟ ପାଇଛନ୍ତି।

ଚତୁର୍ଥ ରାଉଣ୍ଡ : ସୁଦ୍ଧା ବିଜେଡି ପ୍ରାର୍ଥୀ ୨୩୬୧୫ ଖଣ୍ଡ ଭୋଟ ପାଇଥିବା ବେଳେ ୬୦୭୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୧୩୪୩୧ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୮୨୬ ଖଣ୍ଡ ଭୋଟ ପାଇଛନ୍ତି।

ପଞ୍ଚମ ରାଉଣ୍ଡ : ସୁଦ୍ଧା ବିଜେଡି ପ୍ରାର୍ଥୀ ୩୦୦୫୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୧୬୪୯୯ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୧୧୫୫ ଖଣ୍ଡ ଭୋଟ ପାଇଛନ୍ତି।

ଷଷ୍ଠ ରାଉଣ୍ଡ : ସୁଦ୍ଧା ବିଜେଡି ପ୍ରାର୍ଥୀ ୩୫୬୦୯ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୧୯୮୫୮ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୧୯୩୯ ଖଣ୍ଡ ଭୋଟ ପାଇଛନ୍ତି।

ସପ୍ତମ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୪୦୨୨୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୨୧୯୭୪ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୨୩୫୯ ଖଣ୍ଡ ଭୋଟ ପାଇଛନ୍ତି।

ଅଷ୍ଟମ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୪୭୨୨୩ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୨୫୫୫୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୨୬୮୫ ଖଣ୍ଡ ଭୋଟ ପାଇଛନ୍ତି।

ନବମ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୫୧୭୮୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ମୋଟ ୨୮୧୯୦ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୨୮୨୩ଖଣ୍ଡ ଭୋଟ ପାଇଛନ୍ତି।

ଦଶମ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୫୭୬୫୦ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ୩୨୧୬୬ ଖଣ୍ଡ ଭୋଟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତ। କଂଗ୍ରେସ ପ୍ରାର୍ଥୀ ୩୦୬୬ ଖଣ୍ଡ ଭୋଟ ପାଇଛନ୍ତି।

ଏକାଦଶ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୬୩୫୫୮ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ୩୫୩୮୮ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୩୨୦୮ ଖଣ୍ଡ ଭୋଟ ପାଇଛନ୍ତି।

ଦ୍ବାଦଶ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୭୧୧୨୧ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ୩୯୬୩୬ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୩୪୬୯ ଖଣ୍ଡ ଭୋଟ ପାଇଛନ୍ତି।

ତ୍ରୟୋଦଶ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୭୬୯୮୪ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ୪୨୬୮୯ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୩୬୬୪ଖଣ୍ଡ ଭୋଟ ପାଇଛନ୍ତି।

ଚତୁର୍ଦ୍ଦଶ ରାଉଣ୍ଡ: ସୁଦ୍ଧା ବିଜେଡି ପ୍ରାର୍ଥୀ ୮୩୭୧୮ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ୪୫୫୫୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୩୮୦୭ ଖଣ୍ଡ ଭୋଟ ପାଇଛନ୍ତି।

ବର୍ତ୍ତମାନ ସମସ୍ତ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ।

ଦୀପାଳିଙ୍କ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯିବା ପରଠୁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା।

୨୦୧୯ ନିବାଚନରେ ଦୀପାଳିଙ୍କ ବାପା ନବ କିଶୋର ଦାସ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ।

Leave A Reply

Your email address will not be published.