ଓଡିଶାରେ କାହିଁକି କଂଗ୍ରେସର ଏ ଦଶା ? କାହିଁକି କମୁଛି ଭୋଟ ହାର ? କାହିଁକି ଜିଣିପାରୁନି ଜନତାଙ୍କ ଆସ୍ଥା ?

ଗୋଟିଏ ପଟେ କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଥିବାବେଳେ ଝାରସୁଗୁଡା ଉପ ନିର୍ବାଚନରେ ଅମାନତ ହରାଇଛି । କେବଳ ଏହି ଉପ-ନିର୍ବାଚନ ନୁହେଁ ପୂର୍ବରୁ ମଧ୍ୟ ହୋଇଥିବା ପଦ୍ମପୁର ଓ ଧାମନଗର ଉପ-ନିର୍ବାଚନରେ ଦଳର ପ୍ରଦର୍ଶନ ଅତି ଖରାପ ଥିଲା । ଯାହା ରାଜ୍ୟ କଂଗ୍ରେସ ପାଇଁ ସତର୍କ ଘଣ୍ଟି ହୋଇଛି ।

  • ଓଡିଶାରେ କାହିଁକି କଂଗ୍ରେସର ଏ ଦଶା?
  • କାହିଁକି କମୁଛି ଭୋଟ ହାର?
  • କାହିଁକି ଜିଣିପାରୁନି ଜନତାଙ୍କ ଆସ୍ଥା?

ଯଦିଓ କର୍ଣ୍ଣାଟକରେ କଂଗ୍ରେସ ଐତିହାସିକ ବିଜୟ ହାସଲ କରିଛି, କିନ୍ତୁ ଓଡିଶାରେ ଦଳର ପ୍ରଦର୍ଶନ ନିରାଶାଜନକ । ଯାହାକୁ ଦୁଃସ୍ୱପ୍ନ ଭଳି ଭୁଲି ଯିବାକୁ ଚାହୁଁଛନ୍ତି କଂଗ୍ରେସ ନେତା । କହୁଛନ୍ତି ଏକତା ଓ ଅର୍ଥର ଅଭାବ ଯୋଗୁଁ ନିର୍ବାଚନ ହାରିଛନ୍ତି । ତେବେ କେବଳ ଝାରୁସୁଗୁଡା ଉପନିର୍ବାଚନ ନୁହେଁ । ୨୦୨୨ରେ ରାଜ୍ୟରେ ହୋଇଥିବା ଅନ୍ୟ ୩ଟି ଉପନିର୍ବାଚନରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଦୟନୀୟ ରହିଛି ।

ନଜର ପକାନ୍ତୁ କଂଗ୍ରେସର ଫଳାଫଳ ଉପରେ

  • ଝାରସୁଗୁଡା- ଉପନିର୍ବାଚନ- କଂଗ୍ରେସ ପାଇଛି -୪୪୯୬ ଭୋଟ
  • ପଦ୍ମପୁର- ଉପନିର୍ବାଚନ- କଂଗ୍ରେସ ଖାତାକୁ ଆସିଛି -୩୫୯୪
  • ଧାମନଗର- ଉପନିର୍ବାଚନ- କଂଗ୍ରେସ ପାଇଥିଲା ମାତ୍ର -୩,୫୬୧
  • ବ୍ରଜରାଜନଗର- ଉପନିର୍ବାଚନ- କଂଗ୍ରେସ ପାଇଥିଲା – ୨୭,୮୩୧

ପାଖପାଖି ବର୍ଷେ ଭିତରେ ହୋଇଥିବା ୪ଟି ଉପ-ନିର୍ବାଚନରେ କଂଗ୍ରେସ ପ୍ରତିଯୋଗିତା କରିପାରି ନାହିଁ । ଲୋକଙ୍କ ଭରସା ଜିଣିନପାରି ଜାତୀୟ ଦଳ କଂଗ୍ରେସର ଭୋଟ ହାର ଆଶ୍ଚର୍ଯ୍ୟଜନକ ଭାବେ ରସାତଳଗାମୀ ହେଉଛି ।

ଓଡିଶାରେ କଂଗ୍ରେସର ଜନାଧାର କମିବା ପଛରେ ଦଳୀୟ ଅନ୍ତଃକନ୍ଦଳ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । ନେତାଙ୍କ ମଧ୍ୟରେ ଏକତାର ଅଭାବ, କଥା କଥାକେ ନେତା ଦିଲ୍ଲୀ ଗସ୍ତରେ ଯାଇ ହାଇକମାଣ୍ଡ ପାଖରେ ଫେରାଦ ହେବା । ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଆଖି ଦୃଶିଆ ପଦ କ୍ଷେପ ନିଆନଯିବା । ଏସବୁ କାରଣ କଂଗ୍ରେସ ପାଇଁ ଅନ୍ତର୍ଘାତି ସାଜିଛି । ତେଣୁ ଜନତା ବିଶ୍ୱାସକୁ ନେଉ ନାହାନ୍ତି ଏବଂ ଓଡିଶାରେ କଂଗ୍ରେସ ତଳକୁ ତଳକୁ ଖସୁଛି ।

Leave A Reply

Your email address will not be published.