ମାଲକାନଗିରି: ନିଖିଳ ଓଡ଼ିଶା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାଲକାନଗିରି ଜିଲ୍ଲା ସଂଘ ଶାଖା ପକ୍ଷରୁ ନୂତନ କାର୍ଯ୍ୟ କର୍ତ୍ତା ମାନଙ୍କର ଏକ ସାଧାରଣ କାର୍ଯ୍ୟକାରିଣୀ ବୈଠକ ତଳ ସାହି ଶିବ ମନ୍ଦିର ପାର୍ଶ୍ଵରେ ଥିବା ବ୍ରାହ୍ମଣ ସମାଜ ବୈଠକ ଗୃହରେ ସଂଘର ଉନ୍ନତି, ବିକାଶ ସଦସ୍ୟ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା ସହ ଏହାର ସମାଧାନ କିପରି କରାଯିବ ତାହାର ଆଲୋକପାତ କରାଯାଇଥିଲା । ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଭାବରେ ଅଶୋକ କୁମାର ମହାନ୍ତି, ଉପ ସଭାପତି ଭାବରେ ଭୋଳା ନାଥ ବିଶ୍ୱାସ, ସାଧାରଣ ସମ୍ପାଦକ ଭାବରେ କିଶୋର କୁମାର୍ ମହାରଣା, ଯୁଗ୍ମ ସମ୍ପାଦକ ଭାବରେ ଶୁଭ୍ରାଂଶୁ ନାୟକ, କୋଷାଧ୍ୟକ୍ଷ ଭାବରେ ସୁରେଶ ଚନ୍ଦ୍ର ସାହୁ, ସମୀକ୍ଷକ ଭାବରେ ଦୟାନିଧି ନିମଲ୍, ସଙ୍ଗଠନ ସମ୍ପାଦକ ଭାବରେ ବିଷ୍ଣୁ ଚରଣ ତ୍ରିପାଠୀ, ରାଜ୍ୟ ପରିଷଦ ସଦସ୍ୟ ଭାବରେ ଏନ ହୃଷୀକେଶ ରାଓ ଓ ଦେବେନ୍ଦ୍ର ନାଥ ନାୟକଙ୍କୁ ନୂତନ ଭାବରେ ଚୟନ କରାଯାଇଥିଲା । ସେହିପରି ୭ ଜଣଙ୍କୁ ବ୍ଲକ୍ ପ୍ରତିନିଧି ଓ ପାଞ୍ଚ ଜଣଙ୍କୁ ଉପଦେଷ୍ଟା ଭାବରେ ମନୋନୟନ ସହ ଚୟନ ମଧ୍ୟ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.