ଆଜି ସାବିତ୍ରୀ ଅମାବାସ୍ୟା: ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଓଷା ପାଳୁଛନ୍ତି ସଧବା ମହିଳା

ଭୁବନେଶ୍ୱର: ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି । ଅନ୍ନ ଗ୍ରହଣ କରନ୍ତି ନାହିଁ, ପୂଜା ସାରି ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ ।

ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ ।

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ମନ୍ଦିର ଯାଇ ପ୍ରାଣନାଥଙ୍କ ପାଇଁ ପୂଜା କରିଛନ୍ତି ପତ୍ନୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ । ଓଡିଆ ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ସ୍ବାମୀଙ୍କ ଦୀର୍ଘ ଜୀବନ ମନାସି ସାବିତ୍ରୀ ବ୍ରତ ପାଳିଥାନ୍ତି । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ ।

ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ସଜେଇବା ସହ ନିଜେ ଶଙ୍ଖା ସିନ୍ଦୁର ରଙ୍ଗବେରଙ୍ଗର ଶାଢୀ ପିନ୍ଧି ମନ୍ଦିର ଯାଇଥାନ୍ତି । ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି ।

Leave A Reply

Your email address will not be published.