ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ବ୍ଲକର ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ପଦ୍ମନାଭ ଦାମୀଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଜୋନ ୧ର ୮ ଗୋଟି ପଞ୍ଚାୟତର ସବୁ ବିଜୁ ଜନତା ଦଳର କର୍ମୀକୁ ନେଇ ପାପ୍ଲୁର୍ ପଞ୍ଚାୟତର ପେତାଲ ଠାରେ ଆଉ ଦରଗୁଦା ପଞ୍ଚାୟତର ଗୌଡଗୁଡା ଠାରେ ବିଜୁ ଜନତା ଦଳର କର୍ମୀକୁ ନେଇକି ଆଲାଚନା ହେଇଥିଲା । ୨୦୨୪କୁ ନଜର ରଖିକି ଦଳ କେମିତି ମଜବୁତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ମାଝୀ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାଏକ, ବିଧାୟକ ପ୍ରତିନିଧି ଅମିତ୍ ଅଗ୍ରୱାଲ, ବ୍ଲକ୍ ଯୋଇଣ୍ଟ ସେକେଟ୍ରୀ ଗଣେଶ ଖରା, ଯୁବ ନେତା ଚିତ ରଞ୍ଜନ ପଟ୍ଟନାୟକ, ବରିଷ୍ଟ କର୍ମୀ ଦେବେନ୍ଦ୍ର ଦାସ, ଜୋନ ୧ର ଯୁବ ନେତା ମୋ ସାନ ଭାଇ ରାମଚନ୍ଦ୍ର ବାଙ୍କିୟା, ଗୁରୁ ବନ୍ଧୁ ନାନା ଅଭି ଭାଈ, ସୁଶାନ୍ତ ଖରା, ରଘୁ ଖରା, ଚନ୍ଦନ ସାହୁ, ସୁଶାନ୍ତ ଭାତ୍ରା, ସୁଶାନ୍ତ ପ୍ରଧାନ ଆଉ ୮ ଗୋଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସମିତି ସୁକ୍ରା ମୁଦୁଲି, ଦୂଳବ ଖିଲ, ଅର୍ଜୁନ ଦଳେଇ, ଦମୁ ହରିଜନ ଆଉ ବହୁ ବିଜେଡି କର୍ମୀ ଯୋଗଦାନ ଦେଇଥିଲେ ।