xmas

ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା: ନିମ୍ନମାନର ଅଭିଯୋଗ କରି ତିନି ଦଫା ଦାବି ଜିଲ୍ଲାପାଳଙ୍କୁ ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମସ୍ୟା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା, ନିମ୍ନମାନର ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ବିଜେପିର ଏକ ସ୍ବତନ୍ତ୍ର ଟିମ୍ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଜିଲ୍ଲାରେ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଗତ କିଛି ଦିନ ତଳେ କାଳ ବୈଶାଖୀରେ ଏୟାରଷ୍ଟ୍ରିପର କାର୍ଯ୍ୟରତ ପାଚେରୀ ଭାଙ୍ଗି ଦୁଇ ଶ୍ରମିକଙ୍କ ମୃତ୍ୟୁ ଓ ତିନି ଜଣ ଶ୍ରମିକ ଗୁରୁତର ହୋଇଥିବା ଘଟଣା, ନିମ୍ନମାନର ପାଚେରୀ ନିର୍ମାଣ ହେତୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଅଧିକାରୀ, ଠିକାଦାର, ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ଏବଂ ମୃତକଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦାବି, କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନ ପଲ୍ଲୀ, କଟନ ପଲ୍ଲୀ ଠାରେ ଥିବା ମୂଲ୍ୟବାନ ପଥର, ଖଣି ଖାଦାନ ସରକାରୀ ବାବୁଙ୍କ ଗୋଚରାର୍ଥେ ଚୋରା ଚାଲାଣ ବନ୍ଦ କରିବା ସହ ଏହାର ମଧ୍ୟ ତଦନ୍ତ କରି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୧୦ଟି ଗ୍ରାମରେ ପାଇପ ଲାଇନ୍ ଓ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା, ନିମ୍ନମାନର କାର୍ଯ୍ୟର ତଦନ୍ତ ସେହି ଗ୍ରାମ ଗୁଡ଼ିକ ହେଲା ଏମ.ପି.ଭି. ୫୫, ଏମ.ପି.ଭି. ୪୨, ଏମ.ପି.ଭି. ୮୨, ଏମ.ପି.ଭି. ୮୧, ଏମ.ଭି. ୭୮, ଏମ.ଭି.୬୩, ଗୁମକା, ଭେଙ୍କଟ ପାଲମ୍ କୋୟିକଣ୍ଡା ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ବିଜେପି ପକ୍ଷରୁ ଦାବି ଜଣାଇଥିଲେ । ଏହି ଅବସରରେ ବିଜେପି ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନିରଞ୍ଜନ ହାଲଦର୍, ନବଘନ ଲୋକେଇ, ନିହାର ରାୟ, ରତନ ବଣିକ, ନରସିଂହ ମାଡକମି ପ୍ରମୁଖ ବିଜେପି ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.