xmas

ଭୁରସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର

କୋଟପାଡ଼: ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ କୋଟପାଡ଼ ବ୍ଲକର ଭୁରସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ ପରିସରରେ ଆୟୋଜିତ ଏହି ପ୍ରଦାନ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି । ସନମାନିତ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ଦେବୀ ଦତ୍ତ ବିଶ୍ୱାଳ, ସିଦ୍ଧାନ୍ତ ଦାସ ଓ ଡାକ୍ତର କେ. ମୁର୍ଗାଷଣ ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ମିତ୍ର ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଭୁରସୀ ଖମାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମାନପତ୍ର ସହ ନଗଦ କୋଡିଏ ହଜାର ଟଙ୍କାର ଅର୍ଥ ରାଶି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ଏହି ପୁରସ୍କାର ମିଳିବା ପରେ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.