xmas

ରେଳ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସୁବିଧା ସହିତ ଅନେକ ବଡ଼ ଘୋଷଣା କରିଛନ୍ତି ଅମ୍ବାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବିଷୟରେ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଜୁନ ୨ ତାରିଖରେ ହୋଇଥିବା ଲୋମଟାଙ୍କୁରା ଘଟଣାକୁ ନେଇ ରିଲାଏନ୍ସ ଫାଉଣ୍ଡେସନ ସାହାଯ୍ୟ ପାଇଁ ଆଗେଇ ଆସିଛି।

ରିଲାଏନ୍ସ ପୀଡ଼ିତ ପରିବାର ପାଇଁ ବଡ଼ ଘୋଷଣା କରିଛି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ  ଦିଆଯିବ। ଏଥିସହିତ ରିଲାଏନ୍ସ ଷ୍ଟୋର ଜରିଆରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଓ ଖାଦ୍ୟ ପ୍ରସ୍ତୁତ ପାଇଁ ତେଲ ସମେତ ଅନେକ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ।

କେବଳ ଏତିକି ନୁହେଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆହତଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ସହିତ ଔଷଧ ବି ପ୍ରଦାନ କରାଯିବ। ଏଥିସହିତ ଏହି ଫାଉଣ୍ଡେସନ ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ ଜରିଆରେ ଚାକିରି ସୁବିଧା ଦେବ।

ଭୟାବହ ଦୁର୍ଘଟଣାରେ ଯିଏ ବି ନିଜ ଶରୀରର ଅଙ୍ଗ ହରାଇ ଦେଇଛନ୍ତି ତାଙ୍କୁ ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତ ମହିଳାଙ୍କର ବିଶେଷ ଧ୍ୟାନ ରଖାଯିବ।

ସେମାନଙ୍କୁ ମାଇକ୍ରୋଫାଇନେନ୍ସ ଓ ପ୍ରଶିକ୍ଷଣ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି। ଏତଦ ବ୍ୟତୀତ ଦୁର୍ଘଟଣାରେ ଶିକାର ହୋଇଥିବା ଗରିବ ଲୋକଙ୍କୁ ସେମାନଙ୍କ ଜୀବିକା ନିର୍ବାହ କରିବା ପାଇଁ ଗାଇ, ମଇଁଷି, ଛେଳି ଓ କୁକୁଡା ଦିଆଯିବ ସହିତ ମାଗଣାରେ ମୋବାଇଲ କନେକ୍ଟଟିଭିଟି ଯୋଗାଇ ଦିଆଯିବ।

Leave A Reply

Your email address will not be published.