ଶିକ୍ଷକ, ଅଭିଭାବକଙ୍କ ସହଯୋଗ ହିଁ ବିଦ୍ୟାର୍ଥୀଙ୍କୁ ସଫଳତା ଆଣିଦିଏ
ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀମାନଙ୍କୁ ବ୍ଳକ ପକ୍ଷରୁ ସ୍ଵାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି । ଖୁଣ୍ଟା ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ଭର୍ଦ୍ଧନା ସଭାରେ ଅତିଥି ଭାବେ ବିଡ଼ିଓ ମାନସ ରଞ୍ଜନ ସାମଲ ପ୍ରମୁଖ ଯୋଗ ଦେଇ ବ୍ଲକ ଅଧିନରେ ୧୦ମ ଶ୍ରେଣୀ ବୋର୍ଡ଼ ପରିକ୍ଷାରେ ବ୍ଳକରୁ ସର୍ବାଧିକ ନମ୍ବର ରଖି ସଫଳତା ହାସଲ କରିଥିବା ବାଲିମୁଣ୍ଡଳୀ ହାଇସ୍କୁଲର ଛାତ୍ରୀ ଇପସିତା ମହାପାତ୍ର, ପ୍ରିତିଲତା ମହାନ୍ତ, ଧାନଘେରା ସରକାରୀ ହାଇସ୍କୁଲର ଜୀନା ବେହେରା, ଜୟସ୍ମିତା ବେହେରା ଓ କରକଚିଆ ସରକାରୀ ହାଇସ୍କୁଲର ଛାତ୍ର ଅନୁପ ଗୌରବ ଆଚାର୍ଯ୍ୟଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି ପରିପେକ୍ଷୀରେ ଅତିଥିଗଣ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ । ଏବଂ ବର୍ତ୍ତମାନ ସରକାରଙ୍କ ୫-ଟି ଯୋଜନା ମାଧ୍ୟମରେ ଏକ ସୁନ୍ଦର ପରିବେଶ ଓ ଅତ୍ୟାଧୁନୀକ ଶୈଳୀମାଧ୍ଯମରେ ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢ଼ିବାର ସୁଯୋଗ ସୃଷ୍ଟି କରିପାରିଛି | ଏହାର ସୁଫଳ ଛାତ୍ରଛାତ୍ରୀମାନେ ନେବାପାଇଁ ଆହ୍ବାନ ଦେଇଥିଲେ । ସେହିପରି ଏହି ସଭାରେ ସଫଳ ହୋଇଥିବା ବିଦ୍ୟାର୍ଥୀମାନେ ତାଙ୍କର ଅନୁଭୂତି ସଂମ୍ପର୍କରେ ସୁଚାଇଥିବା ବେଳେ ଶିକ୍ଷକ, ଅଭିଭାବକ ମାନଙ୍କ ସହୋଯୋଗ ଓ ବିଦ୍ୟାର୍ଥୀମାନଙ୍କ ଇଚ୍ଛାଶକ୍ତି ହିଁ ଜଣେ ବିଦ୍ୟାର୍ଥୀଙ୍କୁ ସଫଳତା ଆଣି ଦେଇଥାଏ । ତେଣୁ ପ୍ରତ୍ୟେକ ଅଭିଭାବକ ଏଥିପ୍ରତି ଯତ୍ନବାନ ହେଲେ ଆଗାମୀ ଦିନରେ ବ୍ଳକ ଅଧିନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିବା ସହିତ ବ୍ଳକକୁ ସୁନାମ ଆଣି ପାରିବେ ବୋଲି ଉପସ୍ଥିତ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ଯ୍ୟକ୍ରମରେ ଉପାଧ୍ଯକ୍ଷା ଯବା କିସ୍କୁ, ପୂର୍ବତନ ଅଧ୍ୟକ୍ଷା ପ୍ରସ୍ପଲତା ମାରାଣ୍ଡି, ଏବିଓ ବୃନ୍ଦାବନ ମାରାଣ୍ଡି, ଅଞ୍ଜଳୀ ମହାନ୍ତଙ୍କ ସମେତ ବ୍ଳକର ସମସ୍ତ ସମିତି ସଭ୍ୟ, ସରପଞ୍ଚମାନେ ଉପସ୍ଥିତ ଥିଲେ ।
