ମାଲକାନଗିରି ମହାବିଦ୍ୟାଳୟରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ମାଲକାନଗିରି: ଆଜି ମାଲକାନଗିରି ମହାବିଦ୍ୟାଳୟ ପରିସରରେ ୯ମ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। କଲେଜର ଅଧକ୍ଷ ଅଧ୍ୟାପକ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗାଚାର୍ଯ୍ୟ ଭୁବନ ନନ୍ଦ ସାହୁ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଏନଏସଏସର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗା ଭ୍ୟାସ କରିଥିଲେ । ୨୦୧୫ ମସିହାରୁ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱରେ ୧୯୩ଟି ଦେଶରେ ପାଳନ କରାଯାଉଛି। ଯୋଗା ଭ୍ୟାସ କରିବା ଦ୍ୱାରା ଶାରିରୀକ ଓ ମାନସିକ ସ୍ତରରେ ଶାନ୍ତ ଓ ସୁସ୍ଥ ରହିଥାଏ । ଆଜିର ଏହି ଯୋଗ ଦିବସ ଯୋଗ ଫର୍ ବସୁ ଧୈବ କୁଟୁମ୍ବ କମ୍ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଶରୀର ର ସୁରକ୍ଷା ଓ କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତି ବର୍ଷ ଜୁନ ୨୧ ତାରିଖ ରେ ପାଳନ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ କୁମାର ଷଡଙ୍ଗୀ, ଅଧ୍ୟାପିକା ନମିତା ଦଣ୍ଡସେନା, ପ୍ରୋମୀୟ ମହାନ୍ତି, ଗୌତମ ନାୟକ, ବିଜି ରାଓ, ପ୍ରେମ ରେଖା ଭତ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.