ପାକିସ୍ତାନ ସିମ କାର୍ଡ ଓଟିପି ସେଆର୍ ମାମଲା: ତଦନ୍ତ ପାଇଁ ଭୁବନେଶ୍ୱରରେ ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍

ଭୁବନେଶ୍ବର: ପାକିସ୍ତାନ ସିମ କାର୍ଡ ଓଟିପି ସେଆର୍ ଘଟଣାର ତଦନ୍ତ ଲାଗି ଆଜି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ଏସଟିଏଫ୍ ଟିମର ଦୁଇ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ସୂଚନାଯୋଗ୍ୟ, ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା। ଫରେନ୍ସିକ ଲ୍ୟାବକୁ ଅଭିଯୁକ୍ତଙ୍କ ମୋବାଇଲ ପଠାଯାଇଥିଲା। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ରହିଛି। ଆଗରୁ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଥିଲା।

ପଠାଣି ସାମନ୍ତ ଲେଙ୍କାକୁ ପୁଲିସ ରିମାଣ୍ଡରେ ଆଣି ତାର ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ବିଷୟରେ ଖୋଳତାଡ଼ କରିଛି। ଏନେଇ ତଦନ୍ତ ବେଳେ ଏସଟିଏଫକୁ ସାଙ୍ଘାତିକ ତଥ୍ୟ ମିଳିଛି। ଏହାଛଡ଼ା କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ କେବେଠାରୁ ପାକିସ୍ତାନ ଆଇଏସଆଇଏଜେଣ୍ଟ ଲିଙ୍କରେ ଥିଲେ ତାର ତଦନ୍ତ ଚାଲିଛି। ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା।ସେପଟେ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ୍। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ବି ଚିଠି ଲେଖାଯାଇଛି।

Leave A Reply

Your email address will not be published.