ଉଚ୍ଚ ଶିକ୍ଷା ବିଭାଗର ନୂତନ ଅନୁଦାନ ଚିଠିକୁ ସ୍ବାଗତ

କଟକ: ଅଦ୍ୟ ତା ୨୬-୦୬-୨୦୨୩ ରିଖ ସୋମବାର, ଉଚ୍ଚ ଶିକ୍ଷା ବିଭାଗ ତରଫରୁ Letter No 26474/HE Dt ୨୪/୦୬/୨୩ ରେ ୦୧.୦୬.୨୦୦୮ ରୁ ୩୦.୧୧.୨୦୧୩ ପର୍ୟ୍ୟନ୍ତ ଏକ ନୂତନ ଅନୁଦାନ ଗ୍ରାଣ୍ଟ-ଇନ-ଏଡ ପ୍ରଦାନ କରିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖାଯାଇଛି। ୦୧.୦୬.୨୦୦୮ରୁ ୩୦.୧୧.୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପିକା, ଅଧ୍ୟାପକ, ଓ କର୍ମଚାରୀ ମାନଙ୍କର ଏକ ତାଲିକା ମଗାଯାଇଛି। ଏ ସବୁ କଲେଜକୁ ସରକାର ମାନ୍ୟତା ଓ ଦରମା ନେବା ପାଇଁ ନୂତନ ଅନୁଦାନ ନୀତି ଆସିବ, ତେଣୁ ଏହି ପରିପ୍ରେକ୍ଷୀରେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଓ ଅଣଶିକ୍ଷକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ (+୨ ଏବଂ +୩) କର୍ମଚାରୀ ସଂଘ ଓଡ଼ିଶା ତରଫରୁ ସ୍ବାଗତ କରାଯାଇଛି । ଏହି ନୀତି ପ୍ରଣୟନ କରାଗଲେ ପାଖା ପାଖି ୩୫୦୦ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ। ସରକାରଙ୍କ ଏହି ପଦକ୍ଷେପ ପାଇଁ ସଂଘର ସଭାପତି ଦୀପକ୍ କୁମାର ସାହୁ, ସମ୍ପାଦିକା ସ୍ନିଗ୍ଧାଜ୍ୟୋତି ରାଉତରାୟ, ସହ ସହ ସମ୍ପାଦକ ସ୍ବରାଜ କୁମାର ପରିଜା, କୋଷାଧ୍ୟକ୍ଷ ନଗେନ୍ଦ୍ର କୁମାର ପରିଡ଼ା, ଦୀପ୍ତି ରଞ୍ଜନ ବାରିକ୍, ଉମାକାନ୍ତ ଦାସ, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ପ୍ରଭାତ ରଞ୍ଜନ ପଟ୍ଟନାୟକ, ଦୀପ୍ତି ମୟୀ ଦାସ ଓ ସମସ୍ତ କର୍ମଚାରୀ ମାନେ ଆଜି ଓଡିଶାର ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ୫-ଟି ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚ ଶିକ୍ଷା ସଚିବ, ଓ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କୁ ବହୁତ ଧନ୍ୟବାଦ ପ୍ରଦାନ କରାଯାଇଛି।

Leave A Reply

Your email address will not be published.