xmas

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଆଉ ଜଣେ ଗୁରୁତର

ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ କୋତାମେଟା ଗାଁ ନିକଟରେ ପିକଅପ୍ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଗଙ୍ଗଲା ଗ୍ରାମର ଡମ୍ବୁରଧର କୋପେ (୩୫)।

ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅନ୍ତର୍ଗତ ଗଙ୍ଗଲା ଗ୍ରାମର ଡମ୍ବରୁଧର କୋପେ ଓ ତାଙ୍କର ସାଙ୍ଗ ମିଶି ଅପରାହ୍ନ ୪ଟା ବେଳକୁ କୋତାମେଟାକୁ ଯାଉଥିଲେ। ମାଥିଲିରୁ ଗଣେଶ ମୂର୍ତ୍ତି ନେବା ପାଇଁ ମାଲକାନଗିରିକୁ ଆସୁଥିବା ପିକଅପ୍ ଗାଡିଟି ବାଇକର ସମ୍ମୁଖପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଡମ୍ବୁରୁଧର କୋପେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସାଙ୍ଗ ଗୁରୁତର ଅବସ୍ଥାରେ ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାର କିଛି ସମୟ ମଧ୍ୟରେ ମୃତକଙ୍କ ସମ୍ପର୍କୀୟମାନେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଶବକୁ ରଖି ସମ୍ପର୍କୀମମାନେ ରାସ୍ତାରୋକ କରିଥିଲେ। ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସିଥିଲେ। ଖବର ପାଇଁ ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତାରୋକରୁ ହଟିଥିଲା। ଡମ୍ବୁରୁଧରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

Leave A Reply

Your email address will not be published.