କାଲିମେଳା ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜିତ

ମାଲକାନଗିରି, ୧୭/୦୯/୨୩: ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ କାଲିମେଳା ବ୍ଲକ ମଣ୍ଡି ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ, ଉପାଧ୍ୟକ୍ଷ, ଶ୍ରୀ ପତିତପାବନ ବୈଦ୍ୟ, ମାଲକାନଗିରି ବିଧାୟକ, ଶ୍ରୀ ଆଦିତ୍ୟ ମାଢି ଓ ବ୍ଲକ ଅଧ୍ୟକ୍ଷା, ଶ୍ରୀମତୀ ସୁଭାଷିନୀ ସୋଡ଼ି ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ । ସଂଗଠିତ କ୍ଷେତ୍ରରେ ୫୩୪ ଜଣଙ୍କୁ ଏବଂ ଅଣ ସଂଗଠିତ କ୍ଷେତ୍ରରେ ୧୪୫ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।

ଆଜିର ଶିବିରରେ ଶିକ୍ଷା, ମୃତ୍ୟୁ କାଳୀନ, ଅନେଷ୍ଟି କ୍ରିୟା, ପ୍ରସୂତି କାଳୀନ ଓ ବିବାହ ଜନିତ ସମୁଦାୟ ୬୭ ଲକ୍ଷ ୯ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀ ଶରତ ପାଣିଗ୍ରାହୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟ ରାଉତରାୟ, ରୀଙ୍କୁରଞ୍ଜନ ଅଧିକାରୀ, ବିଜୟାନନ୍ଦ ପଣ୍ଡା ଓ ସୋନାଲି ରାୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.