xmas

ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ପରିଷଦ ବୈଠକ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଦ୍ଵିତୀୟ ପରିଷଦ ବୈଠକ ପରିଷଦର ଅଧକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଓଟିଇଏଲପି ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଉକ୍ତ ବୈଠକରେ ଯୋଗ ଦେଇ ସମୀକ୍ଷା କରିଥିଲେ ।

ଆଜି ଏହି ବୈଠକରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବରାଦ ଥିବା ବେଳେ ୬ କୋଟି ୩୦ ଲକ୍ଷ ବଜେଟ ଗତ ବୈଠକରେ ଓ ବର୍ତ୍ତମାନ ବୈଠକରେ ୪ କୋଟି ୨୦ ଲକ୍ଷ ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଉତ୍ସବ ନିମନ୍ତେ ବ୍ଲକସ୍ତରରେ ୫ ଲକ୍ଷ ଲେଖାଏଁ ୩୫ ଲକ୍ଷ, ଜିଲ୍ଲାସ୍ତରରେ ୭୦ ଲକ୍ଷ, ବାଦ୍ୟ ଯନ୍ତ୍ର ଓ ଅଳଙ୍କାର ନିମନ୍ତେ ୨୧ଟି ଗ୍ରୁପକୁ ୨ ଲକ୍ଷ ଲେଖାଏଁ ୪୨ ଲକ୍ଷ, ୨୦ଟି ନୃତ୍ୟ କଳାକାର ମାନଙ୍କୁ ୧ ଲକ୍ଷ ଲେଖାଏଁ ୨୦ ଲକ୍ଷ, ୧୦୦୦ ପୂଜାରୀ ଦିସରି ମାନଙ୍କୁ ପରିଚୟ ପତ୍ର ୨୦୦ ଟଙ୍କା ଲେଖାଏଁ ୨ ଲକ୍ଷ ଖର୍ଚ୍ଚ ହେବ l
ଆଦିବାସୀ ଚିତ୍ରକଳାର ଉନ୍ନତ୍ତି ୪୦ ଜଣ ଯୁବକଙ୍କୁ ୩୦,୦୦୦ ଲେଖାଏଁ ୧୨ ଲକ୍ଷ ଦିଆଯିବ l ଏପରିକି ନିଜ ଆଦିବାସୀଙ୍କ ସଂସ୍କୃତି ବିଷୟରେ ଅନ୍ୟ ରାଜ୍ୟ ପରିଭ୍ରମଣ କରି ଆଊ ଅଧିକ ଜାଣିବା ପାଇଁ ୨୮୦ ଜଣଙ୍କୁ ୮୦୦୦ ଲେଖାଏଁ ୨୨ ଲକ୍ଷ ୪୦ ହଜାର ଖର୍ଚ୍ଚ ବରାଦ ରଖାଯାଇଛି l
ଆଦିବାସୀ କ୍ରୀଡା ଉନ୍ନତି ନିମନ୍ତେ ବ୍ଲକ୍ ସ୍ତରରେ ପ୍ରତିଯୋଗିତାରେ ୩ ଲକ୍ଷ ଲେଖାଏଁ ମୋଟ ୨୧ ଲକ୍ଷ, ଜିଲ୍ଲାସ୍ତରରେ ୨୦ ଲକ୍ଷ, ରାଜ୍ୟସ୍ତରରେ ୨୦ ଲକ୍ଷ ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି l ଜିଲ୍ଲାରେ ଖେଳ ଉପକରଣ ବାବଦରେ ପ୍ରତି ବ୍ଲକ ର ୧୦ ଲକ୍ଷର କ୍ରୀଡ଼ା ଉପକରଣ ଓ କ୍ଳବ୍ ନିର୍ମାଣ ନିମନ୍ତେ ମୋଟ ୭୦ ଲକ୍ଷ ଟଙ୍କା ଦିଆ ହେବ l ପ୍ରଚାର ପ୍ରସାର ନିମନ୍ତେ ୨୧ ଲକ୍ଷ ଟଙ୍କା ମଧ୍ୟ ରଖା ହୋଇଛି l

ବିଭିନ୍ନ ସ୍ଥାନରେ ହୁଣ୍ଡି ଘର ଓ କମ୍ୟୁନି ସେଣ୍ଟର୍ ଗୁଡ଼ିକ ପ୍ରାୟ ନିର୍ମାଣ କାର୍ଯ୍ୟ ଅତି ଧୀରେ ଚାଲିଛି l ଏ ସମସ୍ତ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସଭାପତି ଶ୍ରୀ ଆଡମା ରାବା କହିଥିଲେ l

ସମସ୍ତ ଆଦିବାସୀ ଜନଜାତି ପ୍ରତିନିଧିଙ୍କୁ ନିଜ ନିଜ ଉନ୍ନତି ନିମନ୍ତେ ଆଊଜଦି କିଛି ଆବଶ୍ୟକ ହୁଏ ଜିଲ୍ଲା ପ୍ରଶାସନ ସବୁବେଳେ ଆମ ସହିତ ରହିଛି ବୋଲି ଜିଲ୍ଲା ପାଳ କହିଥିଲେ । ଏହି ବୈଠକରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶ୍ରୀମତୀ ଜୟଶ୍ରୀ , ଏସଡିସି ଉପାଧକ୍ଷା ଶ୍ରୀମତୀ ରଇଲା ନାୟକ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ କର, ଡିପିସି ଲକ୍ଷ୍ମୀ ନାରାୟଣ ହୋତା ଏବଂ ପରିଷଦର ୧୭ ଜଣ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.