ନିୟମିତ ସମିତି ବୈଠକ ନ କରିବା ସହ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମାଲକାନଗିରି,୬।୧୦: ମାଲକାନଗିରି ପଞ୍ଚାୟତ ସମିତିରେ ସଠିକ ଭାବେ ବୈଠକ ଅନୁଷ୍ଠିତ ହେଉନଥିବା, ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବିଡିଓ ସାକ୍ଷତ କରୁନଥିବା ସହ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଅନେକ ସମିତି ସଭ୍ୟ ଓ ସଭ୍ୟା । ଆଜି ମାଲକାନଗିରି ପଞ୍ଚାୟତ ସମିତିରେ ସମିତି ବୈଠକର ଆୟୋଜନ କରାଯାଇଥିବା ବେଳେ ଏହି ବୈଠକରେ ସମସ୍ତ ସମିତି ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇଥିବା ବେଳେ ଉକ୍ତ ବୈଠକରେ ସମସ୍ତଙ୍କୁ ପ୍ରଥମେ ରେଜୁଲେସନ ଖାତାରେ ଦସ୍ତଖତ କରିବାକୁ କୁହାଯାଇଥିଲା । କିନ୍ତୁ ବୈଠକ ଶେଷ ହେବା ପରେ ସମସ୍ତ ଆଲୋଚନା ପରେ ଦସ୍ତଖତ କରିବେ ବୋଲି ସମିତି ସଭ୍ୟ ସଭ୍ୟା ମାନେ ପ୍ରକାଶ କରିଥିଲେ। କିନ୍ତୁ ବିଡିଓ ଏଥିରେ ଅରାଜି ହେବାରୁ ସମିତି ସଭ୍ୟ ସଭ୍ୟା ମାନେ ଉକ୍ତ ବୈଠକକୁ ବର୍ଜନ କରିଥିଲେ। ପୂର୍ବରୁ ମଧ୍ୟ ଏହିପରି ହେଉଥିବା ବେଳେ ସମସ୍ତେ ଏନେଇ ଅଭିଯୋଗ କରିଥିବା ସତ୍ବେ ପୁନର୍ବାର ଏପରି ହେଉଥିବା ରୁ ସମସ୍ତ ସମିତି ସଭ୍ୟ ସଭ୍ୟା ମାନେ ଅସନ୍ତୋଷ ବିକଟ କରି ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅଭିଯୋଗ କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହ ମାଲକାନଗିଇର ବି ଡି ଓ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଭେଟିବାକୁ ବାରଣ କରୁଥିବା ସହ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଯଦି ସମିତି ସଭ୍ୟ ଓ ସଭ୍ୟା ମାନଙ୍କ ଛଡ଼ା ସମସ୍ତ କାର୍ଯ୍ୟ ହୋଇପାରୁଛି ତାହାଲେ ଆଗାମୀ ଦିନରେ ସମିତି ସଭ୍ୟ ଓ ସଭ୍ୟା ମାନେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.