xmas

ପୂର୍ବତନ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବରିଷ୍ଠ ଆଇନଜୀବୀ ସ୍ଵର୍ଗତ ଶଙ୍କର ପଟ୍ଟନାୟକଙ୍କ ଉଦେଶ୍ୟରେ ଶୋକ ସଭା

ମାଲକାନଗିରି, ୬।୧୦: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶଙ୍କର ପଟ୍ଟନାୟକଙ୍କ ଗତ କିଛିଦିନ ପୂର୍ବେ ବିୟୋଗ ହୋଇଯାଇଥିବା ବେଳେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ କରଯାଇଥିଲା । କ୍ରିକେଟ ଆସୋସିଏସନ କାର୍ଯାଳୟରେ ସତବିର ସିଂ ରିଆର (ପପୁ ସିଂ) ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ଆଇନ ସାମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ହୃଦାନନ୍ଦ ସାହୁ, ପ୍ରକାଶ ପଟ୍ଟନାୟକ, ରଞ୍ଜନ ନାୟକ, ମୁନା ପଟ୍ଟନାୟକ, ବାବୁଲା ସାହୁ ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ, ଦଳୀୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସ୍ଵର୍ଗତ ଶଙ୍କର ପଟ୍ଟନାୟକଙ୍କ ତୈଳ ଚିତ୍ରରେ ସମସ୍ତେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ନୀରବ ପ୍ରାର୍ଥନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ଵର୍ଗତ ପଟ୍ଟନାୟକ ଜଣେ ଦକ୍ଷ ଓ ନେତୃତ୍ଵ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ଥିଲେ । ତାଙ୍କ ସମୟରେ ଜିଲ୍ଲା ବିଜୁ ଜନତା ଦଳକୁ ସେ ସଙ୍ଗଠିତ କରିବାରେ ସଫଳ ହୋଇଥିଲେ । ଏହାସହ ସେ ଜଣେ ଉତ୍ତମ ଆଇନଜୀବୀ ମଧ୍ୟ ଥିଲେ । ପରୋପକାର ଓ ଜନ ସେବା ତାଙ୍କରମୂଳଲକ୍ଷ୍ୟ ଥିଲା ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ମତ ରଖିଥିଲେ ।

Leave A Reply

Your email address will not be published.