xmas

ଭିଡିଓ କନଫରେନ୍ସ ଯୋଗେ ବିଭିନ୍ନ ବିଷୟରେ ଆଲୋଚନା କଲେ ୫-ଟି ସଚିବ

ମାଲକାନଗିରି, ୭।୧୦: ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା ଏବଂ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧକ୍ଷା ରୟେଲା ନାୟକଙ୍କ ଉସ୍ଥିତିରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ସଦସ୍ୟଙ୍କୁ ନେଇ ୫-ଟି ସଚିବ ଭି.କେ ପଣ୍ଡିଆନଙ୍କ ସହ ଜିଲ୍ଲାର ବିଭିନ୍ନ ବିଷୟକୁ ନେଇ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଜନଜାତି ସମ୍ପ୍ରଦାୟର ଆଦିବାସୀ ବହୁଳ ଅଞ୍ଚଳରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ତଥା କଳା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ଆହୁରି ଅନେକ ଯୋଜନା କରିବେ ବୋଲି ୫-ଟି ସଚିବ କହିଥିଲେ l ତେବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ଚାଲିଥିବା କାର୍ଯ୍ୟ ସମୟ ସୀମା ମଧ୍ୟରେ ସରିବା ଲାଗି ପ୍ରୟାସ ଜାରି ରଖିଥିବା ନେଇ ନିଜ ଅଭିଭାଷଣରେ ଜିଲ୍ଲା ଏସଡିସି ଅଧକ୍ଷ ଶ୍ରୀ ରାବା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ, ଓ ଏସି ଏସଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡିଏ ଜୟଶ୍ରୀଙ୍କ ସମେତ ଏସଡିସି ସଦସ୍ୟା ତପନ ସାନା, ସୁରେନ୍ଦ୍ର ନାଥ ରଥ, ଦାରି ଲିଙ୍ଗା, ନରେନ୍ଦ୍ର ନାୟକ, ସାରଦା ପ୍ରସାଦ ଗୋଲପେଦା, ରାମ ଚନ୍ଦ୍ର ଦୁରୁଆ, ବୈକୁଣ୍ଠ ନାଥ ବଡନାୟକ, ରଶ୍ମିତା ବଡନାୟକ, ରୁପେନ ଗୁଡ଼ିଆ, ସହଦେବ ପୂଜାରୀ, ରଘୁନାଥ କିର୍ଷାନି, ସୁରେନ୍ଦ୍ର ଖରା, କାନି ସୋୟମ, ଜଗା କରାମ୍, ରାଜନ୍ ମାର୍ଦୀ, ଗୋପୀ ନାୟକ, ପଦିଆ ମାଡକାମି, ଦହନା ତାଙ୍ଗୁଲ, ଇର୍ମା କାବାସି, ରିନା ପଡ଼ିଆମି, ହରି ଗୋଲରି, ଚୈତନ୍ୟ ଖିଲ, ଟୁକୁଲୁ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ଦୁଇଜଣ ସଦସ୍ୟା ମୁନା ମାଡକମି ଓ ଶାନ୍ତି କବାଶି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ଜନଜାତି ମାନେ ଉପକୃତ ହୋଇଥିବା ବିଷୟକୁ ନେଇ ୫ଟି ସଚିବ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.