xmas

ଲକ୍ଷ୍ମୀ ଯୋଜନାରେ ନବ ନିଯୁକ୍ତ ବସ୍ ଚାଳକ ପାଇଲେ ନିଯୁକ୍ତି ପତ୍ର

ମାଲକାନଗିରି, ୦୭/୧୦/୨୩: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲକ୍ଷ୍ମୀ ଯୋଜନାରେ ନବ ନିଯୁକ୍ତ ବସ୍ ଚାଳକଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ପ୍ରଦାନ ସମୟରେ ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ୱୀ ସେଠୀ ଏବଂ ଡେପୁଟି ସିଇଓ, ଓରମାସ, ଶ୍ରୀ ଗୁଣ୍ଡିଚା ବେହେରା ଉପସ୍ଥିତ ଥିଲେ । ଏଥି ନିମନ୍ତେ ମାଲକାନଗିରି ଜିଲ୍ଲାର ୮୫ ଜଣ ଅଭିଜ୍ଞ ବସ୍ ଚାଳକ ଆବେଦନ କରିଥିଲେ । ଜିଲ୍ଲା ନିୟୋଜନ ବିଭାଗ ବିଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ କ୍ରୀଡା ଷ୍ଟାଡିୟମ୍ ଠାରେ ଏହି ପରିପ୍ରେକ୍ଷୀରେ ବସ୍ ଚାଳନା ଉପରେ ଏକ ପରୀକ୍ଷାର ଆୟୋଜନ କରିଥିଲେ । ସେଥି ମଧ୍ୟରୁ ୭୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ସୂଚନା ଥାଉ କି, ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ଗମନାଗମନ ଓ ପରିବହନ ସେବା ସୁଗମ ହେବ। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଦ୍ବାରା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ହେବ ।

Leave A Reply

Your email address will not be published.