xmas

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ

ସରକାରୀ ବହୁବୃତି ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ମାଲକାନଗିରି, ତା. ୦୯.୧୦.୨୦୨୩: ମାଲକାନଗିରି ଜିଲ୍ଲାରେ ପୁନ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତିରେ ପୂର୍ବାହ୍ନରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସମାଜସେବୀ ମାନସ ମାଡକାମି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଧନେଶ୍ୱର ମହାପାତ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମାଲକାନଗିରି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୌରାଙ୍ଗ ସଜ୍ଜନ, ମହାବିଦ୍ୟାଳୟ ଅଧ୍ୟାପକ ଡଃ ରଂଜନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରା, ସମାଜସେବୀ ରାମକୃଷ୍ଣ ଚୌଧୁରୀ, ତଥା ଅନ୍ୟାନ୍ୟ ସମାଜସେବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପସ୍ଥିତ ଅତିଥି ମାନେ ଉତ୍କଳମଣୀଙ୍କ ଜୀବନୀ ସମ୍ପର୍କରେ ଉଦ୍ୱୋଧନ ଦେଇଥିଲେ । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମ ସରକାରୀ ବହୁବୃତି ଅନୁଷ୍ଠାନରେ (ସରକାରୀ ପଲିଟେକନିକ୍‌) ଆୟୋଜିତ ହୋଇଥିଲା । ଏହି ଅବସରରେ ଏକଲବ୍ୟ ଆବାସିକ ବିଦ୍ୟାଳୟ, ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ଦିପ୍ତୀ କନଭେଂଟ ଓ ସରକାରୀ ପଲିଟେକନିକର ୨୫୦ରୁ ଉର୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ରୁ ଉର୍ଧ ଛାତ୍ରଛାତ୍ରୀ ବକ୍ତୃତା ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିଲେ । ବହୁବୃତି ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଓଡିଆ ଭାଷା ଓ ଇଂରାଜୀ ଭାଷାରେ ବକ୍ତୃତା ପ୍ରତିଯୋଗିତା କରିଥିଲେ । ଏହି ପ୍ରତିଯୋଗିମାନଙ୍କ ମଧ୍ୟରେ ଓଡିଆ ଭାଷାରେ ବକ୍ତୃତା ଦେଇଥିବା ତିନି ଜଣଙ୍କ ମଧ୍ୟରେ ଅଙ୍କିତା ସାହା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୋନାଲିସା ମଣ୍ଡଳ ଦ୍ୱିତୀୟ ସ୍ଥାନ ଓ ବାଲା ପୁଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଇଂରାଜୀ ଭାଷାରେ ବକ୍ତୃତା ଦେଇଥିବା ତିନି ଜଣଙ୍କ ମଧ୍ୟରୁ ଶ୍ରେୟସ୍ ପଟ୍ଟନାୟକ ପ୍ରଥମ ସ୍ଥାନ, ସୁଫା ସ୍ୱାଗତିକା ଦ୍ୱିତୀୟ ସ୍ଥାନ ଓ ଆଡମା କବାସୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଧନେଶ୍ୱର ମହାପାତ୍ର, ମୁଖ୍ୟବକ୍ତା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅନ୍ୟତମ ଅତିଥି ଅଧ୍ୟାପକ ଡଃ ରଂଜନ କୁମାର ସ୍ୱାଇଁ, ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରା ଯାଇଥିଲା । ପରେ ମଂଚାସୀନ ଅତିଥି ମାନେ ଉତ୍କଳମଣୀଙ୍କ ସମାଜ ପ୍ରତି ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ତତ୍ ସହିତ ଉତ୍କଳମଣୀଙ୍କ ଜୀବନୀ ଉପରେ ଉଦବୋଦଧନ ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି କନବେଂଟର ଶିକ୍ଷକ ଉମାଶଙ୍କର ମହାରଣା, ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିକ୍ଷକ ରାକେଶ କୁମାର ସାହୁ, ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗଦିଶ ମଲାନା, ସରକାରୀ ପଲିଟେକନିକ୍‌ ଶିକ୍ଷକ ବିପିନ ବିହାରୀ ମହାନ୍ତି, ପ୍ରମୋଦ କୁମାର ସାହୁ, ଅଭିଶେକ ପ୍ରଧାନୀ, ଆସିଷ ଶର୍ମା, ଅମିତ କୁମାର ତିର୍କି, ବିବେକାନନ୍ଦ ରାଉତ, ପାର୍ଥସାରଥୀ ମଲ୍ଲିକ, ପ୍ରମୁଖ ଉପସ୍ଥିତ ରହିଥିଲେ ।ମାଲକାନଗିରି ସମାଜ ପ୍ରତିନିଧି ଅସୀମ ବଶ୍ୱାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭିଡିଓ ସାମ୍ବାଦିକ ବିକ୍ରମ କେଶରୀ ପାଢି, ସନ୍ତୋଷ ନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.